Below header

ବାଲେଶ୍ୱର: ଔପଦା ବ୍ଲକ ଢୋଲପୁର ଗାଁରୁ ୧୪ଫୁଟିଆ ଅହିରାଜ ସାପ ଉଦ୍ଧାର

ବାଲେଶ୍ୱର: ଭାଡି ତଳେ ଅହିରାଜ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଢୋଲପୁର ଗାଁରୁ ଏକ ୧୪ଫୁଟିଆ ଅହିରାଜ ସାପ ଉଦ୍ଧାର କରାଯାଇଛି । ଢୋଲପୁର ଗାଁର ଅନ୍ତର‌୍ୟାମୀ ରାଉତଙ୍କ ଭାଡି ତଳୁ କାଠ ଆଣିବାକୁ ଗଲାବେଳେ ଏକ ବିରାଟ ଅହିରାଜ ଥିବା ଦେଖିଥିଲେ । ଏନେଇ ଅନ୍ତର୍ଯ୍ୟାମୀ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍‌ ଓ ୱାଇଲ୍‌ଡ ଲାଇଫ୍‌ ଟିମ୍‌ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଏହାପରେ କୁଳଡିହା ଅଭୟାରଣ୍ୟରେ ସାପକୁ ଛାଡି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.