ଆଜି ଓଡ଼ିଶା ଫେରିବେ କିସ୍‌ ଛାତ୍ର ନିତ୍ୟ ମାଝୀ, ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଭାବେ ହାସଲ କରିଛନ୍ତି ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଭାବେ ବ୍ରୋଞ୍ଜ ପଦକ ହାସଲ ପରେ ଆଜି ଓଡ଼ିଶା ଫେରିବେ କିସ୍‌ ଛାତ୍ର ନିତ୍ୟ ମାଝୀ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ୪୬ କେଜିରୁ କମ୍‌ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ସଫଳତା ପଛରେ କିସ୍‌ର ବିଶେଷ ଅବଦାନ ରହିଛି ଓ କିଟ୍‌ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଆଶୀର୍ବାଦ ରହିଛି ବୋଲି କହିଛନ୍ତି ନିତ୍ୟ ମାଝୀ । ଏହା ସହ କିସ୍‌ର କ୍ରୀଡ଼ା ବିଭାଗ, କିସ୍‌ର ସମସ୍ତ ସଦସ୍ୟଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଓଡ଼ିଶା ଜୁଡୋ ଓ ଜୁଡୋ ଫେଡେରେସନ୍‌ ଅଫ୍‌ ଇଣ୍ଡିଆକୁ ଧନ୍ୟବାଦ ଦେଇଛନ୍ତି । ଇଂଲଣ୍ଡରେ ଚାଲିଛି କମନୱେଲ୍‌ଥ ଜୁଡୋ ଟାମ୍ପିୟନ୍‌ସିପ୍‌ ୨୦୧୯ । ସେପ୍‌ଟେମ୍ବର ୨୬ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନ୍‌ସିପ୍‌ ଆଜି ଶେଷ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.