ଜାଣନ୍ତିକି ନିୟମିତ ଓଟ୍ସ ଖାଇଲେ ପାଖ ମାଡିବନି ଏହି ଗମ୍ଭୀର ରୋଗ

ପ୍ରାୟ ସମସ୍ତଙ୍କ ଘରେ ଓଟ୍ସ ବର୍ତ୍ତମାନ ସମୟରେ ଏକ ସାଧାରଣ ଜଳଖିଆ ପାଲଟିଲାଣି । ବଜାରରେ ବି ଭିନ୍ନ ଭିନ୍ନ କିସମ ତଥା ଫ୍ଲେଭର୍ସରେ ଉପଲବ୍ଧ ହେଉଛି । କିନ୍ତୁ ଏ ଓଟ୍ସ ସମ୍ପର୍କିତ କିଛି କଥା ହୁଏତ ସମସ୍ତେ ଜାଣି ନଥିବେ । ଶରୀର ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ମଧ୍ୟ ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଭାବେ ଓଟ୍ସ ଖାଇବା ଦ୍ୱାରା ବ୍ରେନଷ୍ଟ୍ରୋକ ପରି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିଥାଏ । ଏମିତିକି ଦହି , ଅଣ୍ଡା ପରି ଜଳଖିଆ ଠାରୁ ବି ଓଟ୍ସ ଅଧିକ ଫାଇଦା ଦାୟକ ହୋଇଥାଏ । ଏନେଇ ଏକ ରିପୋର୍ଟ ‘ଷ୍ଟ୍ରୋକ’ ନାମକ ଏକ ପତ୍ରିକାରେ ହିଁ ପ୍ରକାଶ ପାଇଛି । ଡେନମାର୍କର ୫୫,୦୦୦ ବୟସ୍କ ମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁ ମାନଙ୍କ ବୟସ ପାଖାପାଖି ୫୫ ବର୍ଷ ବୟସ ହେବ । ଏହି ରିସର୍ଚ ପୂର୍ବରୁ ଏକ ବ୍ୟକ୍ତି ମାନଙ୍କ ଥରେ ବ୍ରେନ ଷ୍ଟ୍ରୋକ ପରି ଗଭୀର ସମସ୍ୟା ନଥିଲା ।

oats

ଗବେଷକ ମାନେ ଅଧାରୁ ଅଧିକ ପ୍ରତିଯୋଗୀଙ୍କର ପ୍ରାୟ ୧୩ ବର୍ଷ ଧରି ନଜର ରଖିଥିଲେ । ଏହି ସମୟ ଭିତରେ ପ୍ରାୟ ୫ ପ୍ରତିଶତ ଲୋକଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା । କିନ୍ତୁ ଯେଉଁ ମାନେ ନିୟମିତ ଭାବେ ଓଟ୍ସ ଖାଉଥିଲେ ସେମାନଙ୍କ ଠାରେ ବ୍ରେନଷ୍ଟ୍ରୋକର କୌଣସି ସମସ୍ୟା ହୋଇନଥିଲା । ଜଣେ ଜଣାଶୁଣା ଗବେଷକଙ୍କ ଅନୁଯାୟୀ ଓଟ୍ସ ଖାଇବା ଦ୍ୱାରା ଶରୀରର କୋଲେଷ୍ଟେରଲର ମାତ୍ରା ବି ନିୟନ୍ତ୍ରିତ ହୋଇରହିଥାଏ । ଯେବେକି କୋଲେଷ୍ଟେରଲ ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ । ଏହି ସମସ୍ୟା ସେତେବେଳେ ହିଁ ଦେଖାଦେଇଥାଏ ଯେବେ ବ୍ରେନକୁ ରକ୍ତ ସଂଚାଳନ ବାଧା ପ୍ରାପ୍ତ ହୋଇଥାଏ । ଯଦି ନିୟମିତ ଭାବେ ଓଟ୍ସ ସେବନ କରିବେ ତେବେ ଶରୀରରେ କୋଲେଷ୍ଟେରଲର ମାତ୍ରା ଠିକ ରହିବ । ଷ୍ଟ୍ରୋକ ପରି ସମସ୍ୟା ମାନ ବି କମିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.