Below header

ଆଖିରେ କଳା ଦାଗ ହେଉଛି କି? କରନ୍ତୁ ନାହିଁ ଅଣଦେଖା ନଚେତ୍‌ ହୋଇପାରନ୍ତି ଏହି ରୋଗର ଶିକାର

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥାନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍ସ’ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବଥାନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସରର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ।

‘ଆଇ ଫ୍ରେକଲ୍ସ’ହେବାର କାରଣ

ଆଇ ଫ୍ରେକଲ୍ସ ଅନେକ କାରଣରୁ ହୋଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ। ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ। ସେହିପରି ଆଇ ଫ୍ରେକଲ୍ସ ଡୋଳାର ଯେକୌଣସି ସ୍ଥାନରେ ହୋଇପାରେ। କାରଣ କିଛି କିଛି ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ପରୀକ୍ଷା ପରେ ଡାକ୍ତରମାନେ ଏହି ବିଷୟରେ ଜାଣିପାରନ୍ତି।

eye2ଲକ୍ଷଣ

ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଟେଷ୍ଟ କରିବା ପରେ ଏହି ଫ୍ରେକଲ୍ସ ସଂପର୍କରେ ଜଣାପଡ଼େ।

ଏହାସହ ପଢନ୍ତୁ: ଏହି ୫ ଉପାୟ ଦ୍ୱାରା ସକାଳୁ ଉଠିବା କ୍ଷଣି ହିଁ ହୋଇଯିବ ପେଟ ସଫା, ଥରେ ଆପଣେଇ ପରିଣାମ ଦେଖନ୍ତୁ

ଉପଚାର

ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନଥାନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍ ହେବାର ଆଶଙ୍କା ମଧ୍ୟ ରହିଛି। ଏହିକାରଣରୁ ଯେଉଁ କ୍ୟାନ୍ସର ହୋଇଥାଏ, ତାହାକୁ ‘ମେଲାନୋମା’ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.