ବିହାରରେ ଛଟ୍ ପୂଜା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ, ୩୦ ମୃତ

ବିହାରର ବିଭିନ୍ନ ସ୍ଥାନରେ ଛଟ୍ ପୂଜା ଅବସରରେ ଅଘଟଣ ଦେଖିବାକୁ ମିଳିଛି। ଏହି ଅଘଟଣରେ ଏପର୍ଯ୍ୟନ୍ତ ୩୦ ଲୋକଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ବିହାରରେ ଛଟ୍ ପୂଜା ସମୟରେ ଅନେକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ସମସ୍ତିପୁର ଜିଲ୍ଲାର ବଡଗାଁରେ କାନ୍ଥ ପଡିବା ଯୋଗୁଁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ। ସେହିପରି ଔରଙ୍ଗାବାଦରେ ଦଳାଚକଟାରେ ଦୁଇ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ସମସ୍ତିପୁର ଖଜୁରୀ ଗାଁରେ ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ବେଗୁସରାୟରେ ତିନି ଜଣ ପିଲା ପୋଖରୀ ବୁଡି ମୃତ୍ୟୁମୁଖରେ ପଡିଛନ୍ତି।