Below header

ଈଶ୍ୱର ନୁହେଁ, ବରଂ ଏହି ସାମୁଦ୍ରିକ ଜୀବ ତିଆରି କରିଛି ସଫେଦ ସମୁଦ୍ରତଟ

ପ୍ରକୃତିର ରୂପ କେଉଁ ସ୍ଥାନରେ କେମିତି ଥାଏ, ତାହା ବୁଝିହୁଏନି। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ବିସ୍ମୟ ସ୍ଥାନ ହେଉଛି ଶ୍ୱେତ ବାଲିଯୁକ୍ତ ବା ସଫେଦ ସମୁଦ୍ର ତଟ। ସାରା ପୃଥିବୀର ପର୍ଯ୍ୟଟକଙ୍କୁ ଏହି ତଟ ନିଜ ଆଡ଼କୁ ଆକର୍ଷିତ କରିଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତଟ ଈଶ୍ୱରଙ୍କ ସୃଷ୍ଟି ନୁହେଁ, ବରଂ ମାଛ ଏହାକୁ ତିଆରି କରିଛନ୍ତି। ସାମୁଦ୍ରିକ ଜୀବ ପ୍ୟାରୋଟ ଫିସ୍‌ ବା ଶୁଆ ମାଛ ଶ୍ୱେତ ବାଲିଯୁକ୍ତ ତଟ କରିଥିବା ଜଣାଯାଇଛି। ଏହି ମାଛର ମୁହଁ ଶୁଆ ଭଳି ହୋଇଥିବାରୁ ଏହାକୁ ଶୁଆ ମାଛ କୁହାଯାଏ। ବୈଜ୍ଞାନିକଙ୍କ କହିବାନୁସାରେ ପ୍ରବାଳ ଥିବା ସମୁଦ୍ରତଟରେ ଶୁଆ ମାଛ ଅଧିକ ପରିମାଣରେ ଦେଖିବାକୁ ମିଳେ।

ସୁନାମି ପରେ ଆଣ୍ଡାମାନର ସମୁଦ୍ରତଟ ହଠାତ୍‌ ଧଳା ହୋଇଯାଇଥିଲା। ଅଚାନକ ହୋଇଥିବା ଏହି ପରିବର୍ତ୍ତନ ଉପରେ ଗବେଷଣା କରିବାକୁ ଗଠିତ ଟିମ୍‌ ସୂଚନା ଦେଇଥିଲା ଯେ କୌଣସି ସାମୁଦ୍ରିକ ଜୀବ ଶାମୁକାଙ୍କୁ ହତ୍ୟା କରୁଛି। ଏ ବିଷୟରେ ଜାଣିବା ପାଇଁ ସମୁଦ୍ରର କେତେକ ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ସେଥିରେ ଦେଖିବାକୁ ମିଳିଥିଲା ଯେ ଶୁଆ ମାଛ ସମସ୍ତ ଶାମୁକାର ଉପର ଅଂଶକୁ ଭାଙ୍ଗି କ୍ୟାଲିସିୟମ୍‌କୁ ଖାଦ୍ୟଭାବେ ଗ୍ରହଣ କରୁଛି। ବାକି ଅବଶିଷ୍ଟାଂଶ କୂଳରେ ଭାସି ଭାସି ଯାଇ ଲାଗୁଛି। ଫଳରେ କିଛି ଦିନ ପରେ ତାହା କୂଳର ବାଲିକୁ ଧଳା କରିଦେଉଛି।

ଏହାସହ ପଢ଼ନ୍ତୁ: ୧୮ ବର୍ଷ ପୂର୍ବରୁ କୁମାରୀତ୍ୱ ହରାଉଛନ୍ତି ଅଧିକାଂଶ ଭାରତୀୟ, ସର୍ଭେରେ ହେଲା ଖୁଲାସା

ଏହାର କାରଣ ଖୋଜିବାରୁ ଜାଣିବାକୁ ମିଳିଥିଲା ଯେ ସୁନାମି ପରେ ସମୁଦ୍ରରେ ପ୍ରବାଳର ଅଭାବ ପରିଲକ୍ଷିତ ହୋଇଥିଲା। ଫଳରେ ଖାଦ୍ୟାଭାବରୁ ଶୁଆ ମାଛମାନେ ଶାମୁକାର ଉପର ଅଂଶକୁ ଖାଇବା ଆରମ୍ଭ କରିଥିଲେ। ଏହାର ପ୍ରଭାବରେ କୂଳର ବାଲି ଧଳା ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.