ଖାଆନ୍ତୁ ଏହି ୫ଟି ମଞ୍ଜି, ପାଆନ୍ତୁ ମୋଟାପଣରୁ ମୁକ୍ତି

ଆଜିକାଲିର ଯୁବପିଢି ଘରୋଇ ଖାଦ୍ୟକୁ ପସନ୍ଦ ନ କରି ଫାଷ୍ଟଫୁଡ ଖାଇବାରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ମୋଟାପଣର ଶିକାର ମଧ୍ୟ ହେଉଛନ୍ତି। ମୋଟାପଣ ଯୋଗୁଁ ଡାଇବେଟିଜ, ଥାଇରାଏଡ ଏବଂ ରକ୍ତଚାପ ଭଳି ଗମ୍ଭୀର ରୋଗର ଶିକାର ହେବାକୁ ପଡୁଛି। ମୋଟାପଣରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ୫ ପ୍ରକାର ମଞ୍ଜି ବହୁତ ସହାୟକ ହୋଇଥାଏ।

– ଆପଣ ଓଜନ କମ୍‌ କରିବାକୁ ଚାହୁଁଥିଲେ ଧଳା ରାଶି ବହୁତ ଉପକାରୀ। ଏଥିରେ ପ୍ରୋଟିନ ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଥାଏ। ଯାହା ଚର୍ବି କମ୍‌ କରିବାରେ ସହାୟକ ହୋଇଥାଏ।

seseam

– ଏଥିରେ ଭିଟାମିନ ଇ, ମ୍ୟାଗ୍ନେସିୟମ, ଜିଙ୍ଗ ଏବଂ କ୍ୟାଲସିୟମ ରହିଥାଏ। ଯାହା ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ। ଏହି ରାଶିକୁ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ। ଏପରି କଲେ ଆପଣଙ୍କ ଓଜନ ହ୍ରାସ ହେବ।

ଏହା ସହ ପଢ଼ନ୍ତୁ ; ଆପଣ ଆଜ୍‌ମା ରୋଗରେ ପୀଡିତ କି ? ପିଅନ୍ତୁ ଭେଣ୍ଡି ପାଣି, ମିଳିବ ଅନେକ ଫାଇଦା

– ଅଳସୀ (ପେଶୁ)ର ମଞ୍ଜିରେ ଭିଟାମିନ ବି, ମାଙ୍ଗାନିଜ, ଓମେଗା ୩ ଏବଂ ଫାଇବରରେ ଭରପୂର ରହିଥାଏ। ଏହା ମଧ୍ୟ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

1

– ପେଶୁକୁ ଅଳ୍ପ ଉଷୁମ ପାଣି ସହ ଚୋବାଇ ଖାଇବା ଦ୍ୱାରା ଚର୍ବି କମ୍‌ ହୋଇଥାଏ। ଏହାସହିତ ଭୋକ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

– ମେଥିରେ ଅଧିକ ମାତ୍ରାରେ ପ୍ରୋଟିନ, ଫାଇବର, ଭିଟାମିନ ସି ପୋଟାସିୟମ ଏବଂ ଆଇରନ ରହିଥାଏ। ଏହା କୋଲେଷ୍ଟ୍ରାଲ କମ୍‌ କରିବାରେ ସହାୟକ ହୋଇଥାଏ।

– ମେଥିକୁ ପାଣିରେ ରାତିରେ ଭିଜାଇ ରଖି ଏହାକୁସକାଳୁ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ।

– କଖାରୁ ମଞ୍ଜିରେ ଅଧିକ ମାତ୍ରାରେ ଭିଟାମିନ ବି କମ୍ପ୍ଲେକ୍ସ, ଭିଟାମିନ ଇ, ଆଣ୍ଟି ଅକ୍ସିଡାଣ୍ଟ, କ୍ୟାଲସିଅମ, ଆଇରନ, ପୋଟାସିୟମ ଭଳି ତତ୍ତ୍ୱ ରହିଛି। ଏହା ଶରୀରକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଯାହାଦ୍ୱାରା ଦୁର୍ବଳତା ଏବଂ ଥକ୍କାପଣ ଦୂର ହୋଇଥାଏ।

pumpkin

– କଖାରୁ ମଞ୍ଜିକୁ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଖାଇବା ଦ୍ୱାରା ଇମ୍ୟୁନିଟ ବଢିବା ସହ ଓଜନ କମ ହୋଇଥାଏ।

– ସୂର୍ଯ୍ୟମୁଖୀ ମଞ୍ଜିରେ ପ୍ରାକୃତି ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି। ଯାହାକୁ ଆପଣ ସ୍ନାକ୍ସ ଭାବେ ମଧ୍ୟ ଖାଇପାରିବେ। ଏହା କୋଷ୍ଟିସଲ ହରମୋନକୁ କମ୍‌ କରିବା ସହ ଓଜନ ବଢିବାକୁ ଦିଏନାହିଁ।

– ଭିଟାମିନ ଇ ମୁଖ୍ୟ ସ୍ରୋତ ହେଉଛି ସୂର୍ଯ୍ୟମୁଖୀ ମଞ୍ଜି। ଏହା ଖାଇବା ଦ୍ୱାରା ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ।

Leave A Reply

Your email address will not be published.