ତରକାରୀରେ ରାଗ ବଢ଼ିଯାଇଛିକି, ତେବେ ଚିନ୍ତା ନକରି ଫଲୋ କରନ୍ତୁ ଏହି ଟିପ୍ସ

ଭୋଜନରେ ସମସ୍ତ ମସଲାର ପରିମାଣ ଏକଦମ ଠିକ ରହିବା ନିହାତି ଆବଶ୍ୟକ । ଏଭିତରୁ ଯଦି କୌଣସିଟି ବି ଟିକେ କମ ବେଶୀ ହୁଏ ତେବେ ଖାଦ୍ୟର ସ୍ୱାଦ ବିଗିଡିଯାଏ । ଠିକ ସେମିତି ହେଉଛି ଖାଦ୍ୟରେ ରାଗର ପରିମାଣ । ରାଗ ଟିକେ ବି କମ ବେଶୀ ହେଲେ ତରକାରୀର ସ୍ୱାଦ ପୁରା ଓଲଟା ହୋଇଯାଏ । ଏମିତିକି ଟିକେ ଅଧିକ ରାଗ ହେଲେ ଛୋଟ ପିଲା ବୟସ୍କ ବ୍ୟକ୍ତି ମାନେ ଖାଇପାରନ୍ତି ନାହିଁ । ଆଉ ଯଦି ଏମିତି ପରିସ୍ଥିତି ହୁଏ ତେବେ ରାନ୍ଧୁଣି ମାନଙ୍କୁ ପୁରା ତରକାରୀ ଫୋପାଡ଼ିବାକୁ ପଡିଥାଏ । କିନ୍ତୁ କିଛି ସହଜ ଟିପ୍ସ ବ୍ୟବହାର କରି ତରକାରୀର ରାଗ ପଣକୁ କମାଇ ଅଧିକ ସ୍ୱାଦିଷ୍ଟ କରିପାରିବେ । ତେବେ ଆସନ୍ତୁ ସେବିଷୟରେ ଜାଣିବା;

ଘିଅ, ଲହୁଣୀ ଓ ଦହି:

କୌଣସି ବି ତରକାରୀରେ ଯଦି ରାଗ ଅଧିକ ହୋଇଯାଇଛି ତେବେ ସେଥିରେ ଆପଣ ଘିଅ, ଲହୁଣୀ କିମ୍ବା ଫ୍ରେସ କ୍ରିମ ମିଶେଇ ପାରିବେ । ଏହାଦ୍ୱାରା ତାରକାରୀର ରାଗ ଦୂର ହେବା ସହ ଅଧିକ ସ୍ୱାଦିଷ୍ଟ ଲାଗିବ ।

desi ghee

ଟମାଟୋ ପେଷ୍ଟ ବା ପିୟୁରୀ:

ତରକାରୀରୁ ରାଗ କମାଇବା ପାଇଁ ଆପଣ ଟମାଟୋ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପ୍ୟାନରେ କିଛି ତେଲ ଗରମ କରନ୍ତୁ । ଏବେ ସେଥିରେ ଦରକାର ଅନୁଯାୟୀ ଟମାଟୋ ପେଷ୍ଟ କିମ୍ବା ପ୍ୟୁରି ଦେଇ ଫ୍ରାଏ କରନ୍ତୁ ।

tomato puree

ବେସନ:

ସୁଖା ତରକାରୀରେ ରାଗ କମ ବେଶୀ କରିବା ପାଇଁ ଆପଣ ବେସନ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପ୍ୟାନରେ କିଛି ବେସନ ଭାଜି ଦିଅନ୍ତୁ । ପରେ ଏହାକୁ ତରକାରୀରେ ମିଶେଇ ଦିଅନ୍ତୁ । ଏହା ଦ୍ୱାରା ରାଗ କମିବା ସହ ସ୍ୱାଦ ବଢିଥାଏ ।

ଦହି:

ମସଲାଦାର ତରକାରୀରେ ରାଗ ପରିମାଣକୁ କମ ବେଶୀ କରିବା ପାଇଁ ଆବଶ୍ୟକତା ଅନୁସାରେ ଦହି ମଧ୍ୟ ମିଶେଇ ପାରିବେ । ତରକାରୀର ସ୍ୱାଦ ଦୁଇ ଗୁଣା ବଢିଥାଏ ।

curd

ଚିନି:

ପନିର କିମ୍ବା କୋଫତା କରୀରେ ରାଗ କମାଇବା ପାଇଁ ଆପଣ ଏଥିରେ ଚିନି ମିଶେଇ ପାରିବେ । ଦରକାର ଅନୁଯାୟୀ ଚିନି ମିଶାଇ ଗ୍ରେଭିକୁ ଗରମ କରି ଦିଅନ୍ତୁ । ରାଗ କମ ହେବା ସହ ସ୍ୱାଦ ମଧ୍ୟ ବଢିବ ।

Leave A Reply

Your email address will not be published.