Below header

ଜାଣନ୍ତୁ ଦିନରେ କେତେ ଥର ଫେସ ଓ୍ଵାସ୍ କରିବା ଉଚିତ୍‌, ସୁନ୍ଦର ତ୍ୱଚା ପାଇଁ ପଢ଼ନ୍ତୁ ନିଶ୍ଚୟ

ତ୍ୱଚାର ସଠିତ ଯତ୍ନ ନେବା ବହୁତ ଜରୁରୀ। ଯଦି ଆପଣ ନିଜ ସ୍କିନର କୌଣସି ଯତ୍ନ ନେଉନାହାଁନ୍ତି ତାହେଲେ ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇପାରେ, ଯେମିତିକି ବ୍ରଣ, ଚର୍ମ କୁଞ୍ଚନ ଆଦି। ଚେହେରାକୁ ଧୂଳି ମଳିରୁ ରକ୍ଷା କରିବା ପାଇଁ ଲୋକମାନେ ଫେସଓ୍ଵାସର ବ୍ୟବହାର କରନ୍ତି। କିନ୍ତୁ ଫେସ ଓ୍ଵାସକୁ ନେଇ କିଛି ଏମିତି କଥା ରହିଛି ଯାହା ଅନେକ ଲୋକ ଜାଣିନାହାଁନ୍ତି।

ଫେସ ଓ୍ଵାସ କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଥିବା ମଇଳା ଚାଲିଯାଏ ଏବଂ ଆପଣଙ୍କ ତ୍ୱଚା ସମ୍ପର୍କୀୟ କୌଣସି ସମସ୍ୟା ବି ହୋଇନଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଆପଣଙ୍କୁ ଦିନରେ କେତେ ଥର ଫେସ ଓ୍ଵାସ୍ କରିବା ଉଚିତ। ଯାହାଦ୍ୱାରା ଆପଣଙ୍କ ସ୍କିନ୍ ହେଲଦି ରହିପାରିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କୁ ଦିନରେ ଦୁଇ ଥର ହିଁ ଫେସଓ୍ଵାସ୍ କରିବାକୁ ଉଚିତ। ଦିନକୁ ଦୁଇ ଥର ଫେସ ଓ୍ଵାସ୍ କଲେ ଆପଣଙ୍କ ସ୍କିନ୍ ସୁସ୍ଥ ରହିଥାଏ। ଏବେ ଆସନ୍ତୁ ଜାଣିବା କେଉଁ କେଉଁ ସମୟରେ ଫେସ ଓ୍ଵାସ୍ କରିବା ଉଚିତ।

face washପ୍ରଥମ ଥର ଶୋଇବା ପୂର୍ବରୁ

ଶୋଇବା ପୂର୍ବରୁ ଫେସ ଓ୍ଵାସ୍ କରିବା ଉଚିତ। ଯଦି ଆପଣ କିଛି ମେକଅପ୍ ଲଗାଇବି ନାହାଁନ୍ତି, ତେବେ ମଧ୍ୟ ଫେସ୍ ଓ୍ଵାସ୍ କରିବା ଜରୁରୀ ହୋଇଥାଏ କାହିଁକିନା ସ୍କିନରେ ଥିବା ପ୍ରାକୃତିକ ତେଲିଆ ମଇଳା ଭିତରେ ରହିଯାଏ। ଯେଉଁ କାରଣରୁ ବ୍ରଣ ଏବଂ ଅନ୍ୟ ସ୍କିନ୍ ସମସ୍ୟା ଦେଖାଯାଏ। ତେଣୁ ଶୋଇବା ପୂର୍ବରୁ ଫେସ ଓ୍ଵାସ୍ କରିବା ବିଲକୁଲ ବି ଭୁଲନ୍ତୁ ନାହିଁ।

ଦ୍ୱିତୀୟଟି ହେଉଛି ଉଠିବା ପରେ

ଉଠିବା ପରେ ମଧ୍ୟ ଚେହେରା ଧୋଇବା ବହୁତ ଆବଶ୍ୟକ। କାହିଁକିନା ରାତିରେ ଆପଣ ଚାଦର କିମ୍ବା କମ୍ବଳ ଘୋଡାଇ ହୋଇ ଶୋଇଥିବେ। ସେଥିରେ ଥିବା ବ୍ୟାକ୍ଟେରିଆ ଏବଂ କୀଟାଣୁ ଆପଣଙ୍କ ତ୍ୱଚା ସମ୍ପର୍କରେ ଆସିଥାଏ ଏବଂ କ୍ଷତି ପହଁଚାଇଥାଏ।

facewashଫେସଓ୍ଵାସ୍ ବ୍ୟବହାର ବେଳେ ଏହି କଥାକୁ ଦିଅନ୍ତୁ ଧ୍ୟାନ

  • ଫେସ ଓ୍ଵାସ୍ ପାଇଁ ବହୁତ ଅଧିକ ଗରମ ପାଣିର ବ୍ୟବହାର କରନ୍ତୁନାହିଁ। ହାଲକା ଉଷୁମ ପାଣିର ପ୍ରୟୋଗ କରନ୍ତୁ। ନଚେତ ଅଧିକ ଗରମ ପାଣି ଆପଣଙ୍କ ତ୍ୱଚାକୁ କ୍ଷତି ପହଁଚାଇପାରେ।
  • ଆବଶ୍ୟକରୁ ଅଧିକ ଫେସ ଓ୍ଵାସ୍ କରିବା ଅନୁଚିତ। ଦିନରେ ଦୁଇ ଥର ହିଁ ଫେସ ଓ୍ଵାସ୍ କରନ୍ତୁ। ଅଧିକ ଥର ମୁହଁକୁ ଧୋଇବା ଦ୍ୱାରା ତ୍ୱଚାର ନମନୀୟତା ନଷ୍ଟ ହୋଇଯାଏ।
  • ଫେସ ଓ୍ଵାସ୍ କରିବା ପରେ ଚେହେରାକୁ ସଫା କପଡାରେ ପୋଛି ଦିଅନ୍ତୁ। ମଇଳା କପଡା ବ୍ୟବହାର କରନ୍ତୁ ନାହିଁ, ନଚେତ ଏଥିରେ ଥିବା କୀଟାଣୁ ତ୍ୱଚାକୁ କ୍ଷତି ପହଁଚାଇପାରେ।
  • ଫେସିୟାଲ କରିବା ପରେ କିମ୍ବା ଫେସ୍ ମାସ୍କ ଲଗାଇବା ପରେ ବାରମ୍ବାର ଚେହେରାକୁ ଧୁଅନ୍ତୁନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.