ନୟାଗଡ଼ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ନୟାଗଡ଼: ନୟାଗଡ଼ ଶରଣକୁଳ ଥାନା ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l  ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ମଧ୍ଯ ହୋଇଛନ୍ତି। ମୃତକ ୩ ଜଣ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗ୍ରାମର ଶ୍ୟାମ ସେଠୀ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ନାୟକ ଓ ମୁନା ନାୟକ ନୟାଗଡ଼ରୁ ଶରଣକୂଳ ଦେଇ ଜଗନ୍ନାଥପୁର ଗାଁସ୍ଥିତ ନିଜ ଗାଁକୁ ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ ୩ ଜଣ ଏକ ବାଇକ୍‌ରେ ଦ୍ରୁତ ଗତିରେ ନୟାଗଡ଼ ଅଭିମୁଖେ ଯାଉଥିଲେ। ଜଗନ୍ନାଥପୁର ଛକଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।

ଏନେଇ ଖବର ପାଇ ଶରଣକୁଳ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର କୃଷ୍ଣ ନାୟକ, ମୁନା ନାୟକଙ୍କୁ ମୃତ ଘୋଷଣା କଲେ। ଏହାପରେ ଗୁରୁତର ଅବସ୍ଥାରେ ଶ୍ୟାମଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ  ରହିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.