ଗହଣା କିଣିବା ବାହାନାରେ ଡାକି ବାଲେଶ୍ଵର ଆଟପୁର ଅଞ୍ଚଳର ଯୁବ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ

ସୋର: ସୁନା ବ୍ୟବସାୟୀଙ୍କୁ ଅପହରଣ । ବାଲେଶ୍ଵର ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବେଲଦା ଛକରେ ଶୁଭମ୍‌ ଜୁଏଲରୀ ନାମକ ଏକ ଗହଣା ଦୋକାନ କରିଥିଲେ ପ୍ରହଲ୍ଲାଦ ।

ଗତ ୧୮ ତାରିଖ ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଜଣେ ଯୁବକ ଗହଣା କିଣିବା ବାହାନାରେ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ । ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ୍‌ ଯୋଗେ ଦାଣ୍ଡହରିପୁର ଯାଇଥିବା ବେଳେ ଆଉ ଫେରିନଥିଲେ । ଏନେଇ ଜଣାପଡିବା ପରେ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.