ଖାଆନ୍ତୁ ଏହି ଜିନିଷ, ଦୁର ହେବ ନିଦ ସମସ୍ୟା, ଆସିବ ଗଭୀର ନିଦ
ଆଜିକାଲି ଲୋକେ ନିଦ ନହେବା କାରଣରୁ ବହୁତ ଚିନ୍ତିତ ଅଟନ୍ତି । ଭଲ ଗଭୀର ନିଦ ନ ଆସିବା କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡ଼ିଥାଏ । ନିଦ ନହେଲେ ବ୍ୟକ୍ତି ଚିଡଚିଡା ସ୍ୱଭାବର ହୋଇଥାନ୍ତି । ସାରା ଦିନ ଦୁର୍ବଳ ଲାଗିଥାଏ । କୌଣସି କାମରେ ମନ ଲାଗି ନଥାଏ ।
ତେଣୁ ସୁସ୍ଥ ରହିବା ପାଇଁ ଖାଦ୍ୟ ସହ ଭରପୁର ନିଦ ଆବଶ୍ୟକ ପଡିଥାଏ । ନିଦ ପାଇଁ ବ୍ୟକ୍ତି ଏବେ ବିଭିନ୍ନ ପ୍ରକାର ମେଡିସିନ ଖାଉଥିବାର ଦେଖାଯାଉଛି । ହେଲେ ଏହାର ସାଇଡ ଇଫେକ୍ଟ ମଧ୍ୟ ଶରୀର ଉପରେ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଜିନିଷ କହିବୁ ଯାହା ଆପଣଙ୍କ ଗଭୀର ନିଦ ଆଣିବାରେ ସହାୟକ ହେବ ।
ଭଲ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ
୧. ଦୁଧ : ଭଲ ନିଦ ପାଇବା ପାଇଁ ରାତିରେ ଶୋଇବା ର୍ପୂବରୁ ଗୋଟିଏ ଗ୍ଲାସ କ୍ଷୀର ଜରୁର ପିଅନ୍ତୁ । ଦୁଧରେTryptophan ଓ serotonin ରହିବା କାରଣରୁ ଭଲ ନିଦ ଆସିଥାଏ । ଦୁଧରେ ଭରପୁର କ୍ୟାଲସିୟମ ରହିଥାଏ ଫଳରେ ମାନସିକ ଚାପ ଦୂର ହୋଇଥାଏ ।
୨. କଦଳୀ : ରାତିରେ କଦଳୀ ଖାଇବା ଦ୍ୱାରା ଭଲ ନିଦ ଆସିଥାଏ । କଦଳୀରେ ରହିଥିବା ତତ୍ତ୍ୱ ଯୋଗୁ ମାଂସପେଶୀ ଚାପମୁକ୍ତ ରହିଥାଏ । କଦଳୀରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଲ ନିଦ ବଢ଼ାଇଥାଏ ।
୩. ବାଦାମ : ବାଦାମରେ ମଧ୍ୟ ମାଗ୍ନେସିୟମ ମାତ୍ରା ବହୁତ ରହିଥାଏ । ଏଥିରେ ଭଲ ନିଦ ଆସିବା ସହ ମାଂସପେଶୀରେ ମଧ୍ୟ ଚାପ କମ ପଡ଼ିଥାଏ । ବାଦାମ ଖାଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିଥାଏ ।
୪. ହର୍ବଲ ଚା’ : ଯଦି ଆପଣଙ୍କର ନିଦ ସମସ୍ୟା ରହିଛି, ଆପଣଙ୍କୁ କାଫିନ ଓ ମଦ ପାନରୁ ବିରତ ରହିବା ଉଚିତ୍ ।
୫. ଚେରୀ : ଚେରୀରେ ଭଲ ମାତ୍ରାରେ ମେଲାଟୋନିନ ରହିଥାଏ । ଯଦ୍ୱାରା ଶୋଇବା ପୂର୍ବରୁ ଗୋଟିଏ ମୁଠା ଚେରୀ ଖାଇଲେ ନିଦ ଭଲ ଆସିଥାଏ ।