ଜାଣନ୍ତିକି ଗୁଗୁଲ ସିଇଓ ସୁନ୍ଦର ପିଚାଇ ପିଲାବେଳେ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ

ଆଲଫାବେଟ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି । କହିରଖିବା ଉଚିତ ହେବକି, ବିଶ୍ୱର କେତେ ଗୁଡିଏ ବଡ ଟେକ କମ୍ପାନୀର ମୁଖ୍ୟଭାବେ ସୁନ୍ଦର ପିଚାଇ କାର୍ଯ୍ୟରତ ଅଛନ୍ତି । ଯେବେକି ତାଙ୍କ ବ୍ୟକ୍ତିଗତ ଜୀବନ, କ୍ରିକେଟ ପାଇଁ ତାଙ୍କ ଅହେତୁକ ଭଲପାଇବା, ତାଙ୍କ ନିଜ ପ୍ରେମ କାହାଣୀ ଖୁବ ସାଧାରଣ । କିନ୍ତୁ ଏଥିରେ ଏକ ଅଜବ ଆକର୍ଷଣ ଲୁଚି ରହିଛି । ସୁନ୍ଦରଙ୍କ ଫ୍ୟାନ୍ସ ମାନେ ତ ନିଶ୍ଚିତ ଜାଣିଥିବେଯେ ସୁନ୍ଦର ଅଞ୍ଜଳି ପିଚାଇଙ୍କୁ ବିବାହ କରିଛନ୍ତି । ତାଙ୍କ କଲେଜ ସମୟରେ ସୁନ୍ଦର ଓ ଅଞ୍ଜଳି ପରସ୍ପରର ନିକଟତର ହୋଇଥିଲେ ।

ଅଞ୍ଜଳି ନିଜେ ମଧ୍ୟ ଜଣେ ସଫ୍ଟୱେୟର ଇଂଜିନିୟର ଓ ସେ ଖଡ଼ଗପୁର ଆଇଆଇଆଟିରେ ଏକା ସାଥିରେ ପଢୁଥିଲେ । ଅଧିକାଂଶ ୱେବସାଇଟ ଗୁଡିକରେ ଜାରି ହୋଇଥିବା ଖବର ଅନୁଯାୟୀ ସୁନ୍ଦର ଓ ଅଞ୍ଜଳି ଭଲ ସାଙ୍ଗ ଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରେମ ତଥା ଭଲ ପାଇବା ଧୀରେ ଧୀରେ ବଢିଥିଲା । ପରେ ସୁନ୍ଦର ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେସମୟରେ ସୁନ୍ଦରଙ୍କର ଆର୍ଥିକ ଅବସ୍ଥା ଆଦୌ ଭଲ ନଥିବାରୁ ଦୀର୍ଘ ୬ ମାସ ଧରି ପରସ୍ପର ପରସ୍ପର ସହିତ କଥା ହୋଇପାରିନଥିଲେ । କିନ୍ତୁ ଏହା ପରେ ବି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହେବାକୁ ଲାଗିଲା । ଏହାର କିଛି ଦିନ ପରେ ନିଜେ ଅଞ୍ଜଳି ବି ଆମେରିକା ଯାଇଥିଲେ । ଆମେରିକାରେ ସୁନ୍ଦର ଚାକିରୀ ପାଇବା ପରେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ ।

ସେମାନେ ଏବେ ନିଜ ପିଲାଙ୍କ ସହିତ ଲସ ଆଲଟୋସ ହିଲରେ ବାସ କରୁଛନ୍ତି । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି ସେମାନେ ହେଲେ କାବ୍ୟ ପିଚାଇ ଓ କିରଣ ପିଚାଇ ।
ଖୁବ କମ ଲୋକ ହୁଏତ ଜାଣିଥିବେ ପିଚାଇ କ୍ରିକେଟ ଖେଳର ଜଣେ ବହୁତ ବଡ଼ ଫ୍ୟାନ ଥିଲେ । ଖାଲି ସେତିକି ନୁହେଁ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କର ସେ ଜଣେ ବଡ ପ୍ରସଂଶକ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ କମର୍ସରେ ପିଲା ମାନଙ୍କୁ ପଢାଉଥିବା ସମୟରେ ସୁନ୍ଦର ଏବାବଦରେ ସୂଚନା ଦେଇଥିଲେ ।
ପିଲାବେଳେ ପିଚାଇ ନିଜେ ଜଣେ ଭଲ କ୍ରିକେଟର ହେବାକୁ ଚାହୁଁଥିଲେ । କିନ୍ତୁ ଭାଗ୍ୟର ନିର୍ଦ୍ଦେଶ କିଛିଟା ଭିନ୍ନ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.