ଡ୍ରାଇଭର୍ଙ୍କ ବେକରେ ଛୁରୀ ଲଗାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଆନନ୍ଦପୁର(କେନ୍ୟୁଜ୍): ଡ୍ରାଇଭର୍ଙ୍କୁ ମାରଣାସ୍ତ୍ର ଦେଖାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟ୍ ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖଡ଼ିବିଲ ନିକଟରେ ଡ୍ରାଇଭର୍ ଅଜୟ କୁମାର ବାରିକଙ୍କ ବେକରେ ଛୁରୀ ଲଗାଇ ୪ ଜଣ ଲୋକ ୨ଲକ୍ଷ ୭୦ ହଜାର ଟଙ୍କା ଓ ତାଙ୍କ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି।
ଅଜୟ ଶାଳପଡ଼ାରେ ଥିବା ଏକ ତେଜରାତି ଗୋଦାମରେ କାମ କରିଥାନ୍ତି। ସେ ଘଟଗାଁରେ ତେଜେରାତି ସାମଗ୍ରୀ ଦେଇ ସେଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଆଦାୟ କରି ଫେରିବା ପରେ,ତାଙ୍କ ପିକ୍ ଅପ୍ ଭ୍ୟାନ୍ ଅଟକାଇ ଛୁରୀ ଦେଖାଇ ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।