Below header

ଶୀତଦିନେ ଲଗାନ୍ତୁ ‘କଦଳୀ-ପୁଦିନା’ ଫେସ୍‌ପ୍ୟାକ୍‌, ତ୍ୱଚାରେ ଆସିବ ଉଜ୍ୱଳ

ଶୀତଦିନେ ତ୍ୱଚାରେ ରୁକ୍ଷପଣ ଦେଖାଦିଏ। କିନ୍ତୁ ଶୀତଦିନରେ ଦୁଇପ୍ରକାର ସ୍କିନ ଦେଖିବାକୁ ମିଳିଥାଏ। ଗୋଟେ ତୈଳାକ୍ତ ଏବଂ ଅନ୍ୟଟି ଶୁଷ୍କ। ଏମିତିରେ ନିଜ ତ୍ୱଚାରେ କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ନିଜ ତ୍ୱଚା ବିଷୟରେ ଜାଣିନେବା ଉଚିତ। କିନ୍ତୁ କଦଳୀ ଏବଂ ପୁଦିନା ଫେସପ୍ୟାକ୍‌ ଉଭୟ ତ୍ୱଚା ପାଇଁ ଫାଇଦାଯୁକ୍ତ ହୋଇଥାଏ। ଯାହା ବ୍ରଣ, ସଂକ୍ରମଣ ଏବଂ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ଦେବ। ଏହାଛଡା ଏହି ପ୍ୟାକ୍‌ ଆପଣଙ୍କୁ ସୁନ୍ଦର ମଧ୍ୟ କରିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ପ୍ୟାକ୍‌…

facepack q1

ତୈଳାକ୍ତ ତ୍ୱଚା ପାଇଁ କଦଳୀ-ପୁଦିନା ଫେସ୍‌ପ୍ୟାକ୍‌

ସାମଗ୍ରୀ :

୫ଟି ପୁଦିନା ପତ୍ର

୧ ବଡ ଚାମଚ କଦଳୀ ( ଚକଟା ହୋଥିବା)

୧ ଚାମଚ ଲେମ୍ବୁ ରସ

ପୁଦିନା ପତ୍ରକୁ ଭଲଭାବେ ଗୁଣ୍ଡ କରି କଦଳୀ ଏବଂ ଲେମ୍ବୁ ରସ ସହିତ ମିଶାଇ ଦିଅନ୍ତୁ। ଏବେ ମୁହଁକୁ ଭଲଭାବେ ସଫା କରି ମିଶ୍ରଣକୁ ଭଲଭାବେ ମୁହଁର ଚାରିଆଡେ ଲଗାନ୍ତୁ। ଏହାକୁ କିଛି ମିନିଟ୍‌ ମାଲିସ କରିବା ପରେ ଶୁଖିବା ପାଇଁ ଛାଡିଦିଅନ୍ତୁ। ଏହା ପରେ ଭଲ ଭାବେ ଧୋଇଦିଅନ୍ତୁ। ଏହାକୁ ସପ୍ତାହକୁ ଦୁଇଥର କରନ୍ତୁ। ତ୍ୱଚା ଉଜ୍ଜ୍ୱଳ ହେବ।

mint

ଶୁଷ୍କ ତ୍ୱଚା ପାଇଁ :

ଆବଶ୍ୟକ ସାମଗ୍ରୀ :

୫ଟି ପୁଦିନା ପତ୍ର

୧ ବଡ ଚାମଚ କଦଳୀ ( ଚକଟା ହୋଇଥିବା)

ନଡିଆ ତେଲ

ମହୁ

lemon

କିପରି କରିବେ ବ୍ୟବହାର :

ଏକ ପାତ୍ରରେ କଦଳୀ ପୁଦିନାକୁ ନେଇ ଏକ ମିଶ୍ରଣ କରନ୍ତୁ। ଏବେ ଏଥିରେ ନଡିଆତେଲ କିମ୍ବା ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏବେ ଶୁଖିଗଲା ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହି ମାସ୍କ ଶୀତଦିନ ପାଇଁ ବେଶ୍‌ ଉପକାରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.