ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଦଳିଲେ ପିଇଟି ଶିକ୍ଷୟିତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ବଦଳିଲେ ପିଇଟି ଶିକ୍ଷୟିତ୍ରୀ । ପିଇଟି ଶିକ୍ଷୟିତ୍ରୀଙ୍କୁ ଯାଜପୁର ବଦଳି କରାଯାଇଛି । ପିଇଟି ଶିକ୍ଷୟିତ୍ରୀଙ୍କ ସହ ପ୍ରିନ୍‌ସପାଲଙ୍କୁ ନିଲମ୍ବନ କରିବାକୁ ଦାବି କରିଛି ଅଭିଭାବକ ସଂଘ । ସେପଟେ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କୁ ମେଡିକାଲ ଭେଟିବାକୁ ଯାଇଥିଲେ ପ୍ରିନ୍‌ସପାଲ । ଏହି ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରିନ୍‌ସପାଲଙ୍କୁ ଘେରାଉ କରିଥିଲେ । ଗତକାଲି ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ରାତି ଅଧରେ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ଅଭିଯୋଗ ହୋଇଛି, ଛାତ୍ରଛାତ୍ରୀଙ୍କୁ ପ୍ରିନ୍ସିପାଲ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି । ଗତ ଦୁଇଦିନ ତଳେ ଜଣେ ଛାତ୍ରୀ ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ ଏଭଳି ଘଟଣା ଆଜିର ନୁହେଁ, ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.