Below header

କଳା ପଡିଯାଉଛି କି ଆପଣଙ୍କ ବେକ? ସଫା କରିଦବ ଚିନି , ଜାଣନ୍ତୁ କେମିତି

କିଛି ସମୟରେ ଶରୀରର କିଛି ଅଂଶକୁ ଅଣଦେଖା କରିବା ଦ୍ବାରା ତାହା କଳା ପଡିଯାଇଥାଏ । ଉପର ଚେହେରା ସୁନ୍ଦର ଦେଖାଯାଉଥିବାବେଳେ କପଡା ତଳେ ଲୁଚିକି ରହୁଥିବା ବେକ ପାଖ ପ୍ରାୟତଃ ଲୋକଙ୍କର କଳା ପଡିଯାଇଥାଏ । ଯଦି ଆପଣଙ୍କ ବେକ ରଙ୍ଗ ଶରୀରର ବାକି ଅଙ୍ଗର ରଙ୍ଗ ତୁଳନାରେ କଳା ପଡିଯାଇଛି ତେବେ ଚିନ୍ତା କରିବା ଦରକାର ନାହିଁ ଚିନି ର ଏହି ସରଳ ଉପାୟ କିଛି ମିନିଟ୍ ମଧ୍ୟରେ ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରିଦେବ ।

sugar2ଆସନ୍ତୁ ଜାଣିବା କେମିତି କରିବେ ଏହାର ପ୍ରୟୋଗ :

ପ୍ରାୟତଃ ଲୋକ ଗାଧୋଇବା ସମୟରେ ନିଜର ବେକ ପାଖ ସଫା କରିବା ପାଇଁ ଲଗାତାର ସେହି ସ୍ଥାନକୁ ରଗଡିଥାନ୍ତି । ଯାହାଫଳରେ ବେକର କଳା ଦାଗ ଦୂର ତ ହୋଇନଥାଏ କିନ୍ତୁ ସେହି ସ୍ଥାନଟି ଲାଲ ପଡିଯିବା ସହ ଆହୁରି କଳା ପଡିଯାଇଥାଏ । କଣ ଆପଣ ଜାଣିଛନ୍ତି ଚିନିର ଏହି ଉପାୟ ଆପଣଙ୍କ ଏହି ସମସ୍ୟାକୁ ଚୁଟକିରେ ସମାଧାନ କରିଦେବ ।

sugar7ବେକରେ କଳା ଦାଗ ଥିବା ସମସ୍ୟାକୁ ଦୂର କରିବା ପାଇଁ ଚିନି ଏକ ବରଦାନ ସ୍ବରୂପ । କଳା ବେକରୁ ମୁକ୍ତି ପାଇବା ପାଇଁ ଚିନି ସ୍କ୍ରବର କାମ କରିବ । ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ବେକକୁ ପାଣିରେ ଓଦା କରିଦିଅନ୍ତୁ । ଏହାପରେ ପାଖାପାଖି ଦେଢ ଚାମଚ ଚିନି ହାତରେ ଆଣିକି ବେକରେ ସ୍କ୍ରବ କରନ୍ତୁ । ଆପଣଙ୍କ ବେକରେ ପାଖାପାଖି ଏହାକୁ ୧୫ ମିନିଟ୍ ପର‌୍ୟ୍ୟନ୍ତ କରନ୍ତୁ । ଏହାପରେ ବେକକୁ ସଫା ପାଣିରେ ଧୋଇଦିଅନ୍ତୁ । ଏହା କରିବା ପରେ ଦେଖିବେ କିପରି ଆପଣଙ୍କ ବେକରେ ଥିବା କଳା ଦାଗ ବହୁ ମାତ୍ରାରେ ସଫା ହୋଇଯିବ ।

boiling-sugarଏହାବ୍ୟତିତ ଚିନିର ଏହି ଉପାୟ ମଧ୍ୟ କରାଯାଇପାରିବ । କିଛି ଚିନି ଆଣି ପାଣିରେ ଫୁଟାଇଦିଅନ୍ତୁ । ଏବେ ପାଣିକୁ ଥଣ୍ଡା କରିବା ପରେ ତାହାକୁ ବେକରେ ଭଲ ଭାବେ ଲଗାଇ ମସାଜ କରନ୍ତୁ । ଏପରି କରିବା ଦ୍ବାରା କଳା ଦାଗ ବେକ ପାଖରୁ ଦୂର ହେବା ସହ ଚମକ ଆସିଥାଏ ।

sugar3ଟମାଟୋରେ ଏସିଡ, ଟାନିଙ୍ଗ୍ ଏବଂ ଆଣ୍ଟି ଅକ୍ସସାଇଡ୍ ତତ୍ତ୍ବ ଭରପୂର ରହିଥିବାବେଳେ ଏହା କଳାଦାଗ ଦୂର କରିବା ପାଇଁ ସାହାୟକ ହୋଇଥାଏ । ଏଥିପାଇଁ ଟମାଟୋ ଫାଳ, ଦହି ଏବଂ ଦଲିଆକୁ ମିଶାଇ ବ୍ଳିଚିଙ୍ଗ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍ ତ୍ବଚାକୁ ଏକ୍ସଫୋଟିଏଟ୍ କରିଥାଏ । ଏହାକୁ ଲଗାଇବା ଦ୍ବାରା ତ୍ବଚା ଏବଂ ବେକ ପାଖରେ ଥିବା କଳାଦାଗ ଦୂର ହୋଇଥାଏ ।

sugar4ଏହାଛଡା ବେକ ପାଖରେ ଥିବା କଳା ଦାଗ ଦୂର କରିବାରେ ଆଳୁ ରସ ମଧ୍ୟ ବେଶ୍ ଲାଭକାରୀ ଅଟେ । ଆଳୁରେ କାଟିକୋଲିନ୍ସ ନାମକ ଏକ ଏନଜାଇମ୍ ରହିଥାଏ ଯାହା ବହୁତ ହି ଯଲଦି କଳା ଦାଗରୁ ମୁକ୍ତି ଦେଇଥାଏ । ପ୍ରତିଦିନ ଗାଧୋଇବାର ପୂର୍ବରୁ ୧୦ ମିନିଟ୍ ପର‌୍ୟ୍ୟନ୍ତ କଳାଦାଗ ଥିବା ସ୍ଥାନରେ ଆଳୁ ରସ ଲଗାଇଦିଅନ୍ତୁ । ଯଦି ଆପଣ ଆଳୁ ରସ ସହିତ ଲେମ୍ବୁ ରସକୁ ମିଶାଇକି ଲଗାଇବେ ତେବେ ଏହା କଳା ଦାଗକୁ ଦୂର କରିବାରେ ବେଶ୍ ସାହାର‌୍ୟ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.