ଦୋମୁହାଁ କେଶରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଉପାୟ

ଆଜିକାଲି ମହିଳାମାନେ ଦୋମୁହାଁ କେଶକୁ ନେଇ ବେଶ୍‌ ଚିନ୍ତିତ ରହିଛନ୍ତି। କେଶ ଦୋମୁହାଁ ହେବା ଯୋଗୁଁ କେଶର ସୁନ୍ଦରତା ଏବଂ ଆକର୍ଷଣ କମାଇ ଦେଇଥାଏ। ସମସ୍ତେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଏବଂ ଉପାୟ ଆପଣାଇଥାନ୍ତି। କିନ୍ତୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଶାମ୍ପୁ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇନଥାଏ। ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଦୋମୁହାଁ କେଶ ସମସ୍ୟାରୁ ମୁକ୍ତି ପାଇପାରିବା, ତାହା ବିଷୟରେ ଜାଣିବା..

papaya

ଅମୃତଭଣ୍ଡା :

ଅମୃତଭଣ୍ଡା ଯେଭଳି ମୁହଁ ପାଇଁ ଫାଇଦା ଦେଇଥାଏ, ସେଭଳି କେଶ ପାଇଁ ମଧ୍ୟ ଫାଇଦା ଦିଏ। ଅମୃତଭଣ୍ଡାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶ ପାଇଁ ବହୁତ ଲାଭକାରୀ ହେବା ସହ ରୁକ୍ଷପଣ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଅମୃତଭଣ୍ଡାକୁ ପେଷ୍ଟ କରି କେଶ ମୁହଁରେ ଏବଂ ଦୋମୁହାଁ ହୋଇଥିବା କେଶରେ ଲଗାନ୍ତୁ। ଏହାକୁ ଲଗାଇବା ୧ ଘଣ୍ଟା ପରେ ଶାମ୍ପୁ କରିଦିଅନ୍ତୁ।

mask

ଅଣ୍ଡା :

ଅଣ୍ଡା ଆମ ତ୍ୱଚା ଏବଂ କେଶ ପାଇଁ ଲାଭକାରୀ। ଏଥିରେ ଥିବା ପ୍ରୋଟିନ ଏବଂ ଫ୍ୟାଟି ଏସିଡ ଦୋମୁହାଁ କେଶରୁ ମୁକ୍ତି ଦିଏ। ଅଣ୍ଡାର ଧଳା ଅଂଶରେ ମହୁ ଏବଂ ଅଲିଭ ତେଲ ମଶାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏହାକୁ ଓଦା କେଶରେ ଲଗାନ୍ତୁ, କିଛି ସମୟ ରଖିବା ପରେ ଧୋଇଦିଅନ୍ତୁ। ଅଣ୍ଡା ଆପଣଙ୍କ କେଶ ପାଇଁ ଏକ ଉତ୍ତମ କଣ୍ଡିସନର ଭାବେ କାମ କରିଥାଏ। ଏହାକୁ ମାସକୁ ଦୁଇ ଥର ଲଗାଇଲେ ଲାଭ ମିଳିଥାଏ।

apply

କ୍ଷୀର ଏବଂ ମଲାଇ :

ମଲାଇ ଏବଂ କ୍ଷୀର ଆପଣଙ୍କ କେଶର ଚମକ ଫେରାଇଥାଏ। ଏହା ମଧ୍ୟ ଆପଣଙ୍କ ଦୋମୁହାଁ କେଶରୁ ମୁକ୍ତି ଦିଏ। ଏଥିପାଇଁ ଅଥା କପ୍‌ କ୍ଷୀରରେ ମଲାଇ ପକାଇ ଭଲଭାବେ ମିଶାଇ ଦିଅନ୍ତି। ଏବେ ଏହାକୁ ଲଗାଇ ୧୫ ମିନିଟ ରଖିବା ପରେ ଶାମ୍ପୁ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.