Below header

ସରିଯାଇଛି ଦୀପାବଳି କିନ୍ତୁ Google Pay ୟୁଜର ଏବେବି ଖୋଜୁଛନ୍ତି ରଙ୍ଗୋଲି

ଶେଷ ହୋଇଯାଇଛି ଦୀପାବଳି କିନ୍ତୁ ଲୋକମାନେ ଏବେ ବି ଖୋଜୁଛନ୍ତି ରଙ୍ଗୋଲି । ସୂଚନା ଅନୁଯାୟୀ ଦୀପାବଳି ଉତ୍ସବରେ ଗୁଗଲ ପେ ଏକ ଷ୍ଟାମ୍ପ କଲେକ୍ସନ ସ୍କିମ ଆରମ୍ଭ କରିଥିଲା । ଯାହାକି ଅକ୍ଟୋବର ୩୧ ତାରିଖରେ ଶେଷ ହୋଇଯିବାର ଥିଲା । ତେବେ ବର୍ତ୍ତମାନ ଏହାର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି । ଏହି ସ୍କିମ ଦ୍ୱାରା ୟୁଜର୍ସ ମାନଙ୍କୁ ପାଞ୍ଚୋଟି ଦିୱାଲୀ ଷ୍ଟାମ୍ପ ସଂଗ୍ରହ କରିବାକୁ ପଡିଥାଏ । ଯଦି ୟୁଜର ଏପରି କରିବାରେ ସକ୍ଷମ ହେଉଛନ୍ତି ତାହେଲେ ତାଙ୍କୁ ୨୫୧ ଟଙ୍କାର ପୁରସ୍କାର ମିଳିଥାଏ । ଏହାସହିତ ଏକ ଲକ୍ଷ ଟଙ୍କା ଜିତିବାର ମଉକା ମଧ୍ୟ ମିଳିଥାଏ । କିନ୍ତୁ ଏବେପର୍ଯ୍ୟନ୍ତ ମଧ୍ୟ ଲୋକମାନଙ୍କୁ ରଙ୍ଗୋଲି ଷ୍ଟାମ୍ପ ମିଳୁନାହିଁ । ଏପରିସ୍ଥଳେ ଲୋକମାନେ ରଙ୍ଗୋଲି ହାସଟ୍ୟାଗ ସହିତ ନିଜର ଦୁଃଖକୁ ପରିପ୍ରକାଶ କରୁଛନ୍ତି ।

ଏହି ଷ୍ଟାମ୍ପ କଲେକ୍ସନ ସ୍କିମରେ ୟୁଜର ମାନଙ୍କୁ ୫ଟି ଷ୍ଟାମ୍ପ (ଝୁମକା, ଫ୍ଲାୱାର, ଦିୟା, ଲ୍ୟାଣ୍ଟନ, ଏବଂ ରଙ୍ଗୋଲି)ଏକତ୍ରିତ କରିବାକୁ ପଡେ । ଏପରିସ୍ଥଳେ କିଛି ଲୋକଙ୍କର ଅଭିଯୋଗ ହେଉଛି ତାଙ୍କୁ ରଙ୍ଗୋଲି ଷ୍ଟାମ୍ପ ମିଳୁନାହିଁ ଏବଂ ଗୋଟିଏ ଷ୍ଟାମ୍ପ ପାଇବା ପାଇଁ ଆପଣଙ୍କୁ ୩୫ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ କରିବାକୁ ପଡିବ । ଏହାବ୍ୟତୀତ ଆପଣ ଏକ ଷ୍ଟାମ୍ପ ପାଇବା ପାଇଁ ଯେକୌଣସି ଗୋଟିଏ ଷ୍ଟାମ୍ପ ଗିଫ୍ଟ ମଧ୍ୟ କରିପାରିବେ ।

ଏହାସହ ପଢନ୍ତୁ କେବେବି ଖାଇନଥିବେ ଏହିପରି ସ୍ୱାଦିଷ୍ଟ ରସୁଣ ଚଟଣି

ଏହି ରଙ୍ଗୋଲି ଷ୍ଟାମ୍ପ ପାଇବା ପାଇଁ ଲୋକ ଅଧିକରୁ ଅଧିକ ଟ୍ରାଞ୍ଜାକ୍ସନ କରୁଛନ୍ତି ତଥାପି ତାଙ୍କୁ ରଙ୍ଗୋଲି ଷ୍ଟାମ୍ପ ମିଳୁନାହିଁ । ଏପରିସ୍ଥଳେ ଲୋକମାନଙ୍କର ରାଗ ଦିନକୁ ଦିନ ବଢ଼ିବାରେ ଲାଗୁଛି । ଯଦିଓ ଏକ ଲକ୍ଷ ଟଙ୍କା ଜିତିବା ଏକ ସହଜ କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.