Below header

ଓଜନ ବଢିବା ସମସ୍ୟା ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏହି ପତ୍ର , ଏଥିରେ ଭରପୂର ରହିଛି ଅନେକ ଔଷଧିୟ ଗୁଣ

ସାରୁ ପରିବା ବିଷୟରେ ଆପଣ ସମସ୍ତେ ଅବଗତ ଥିବେ ନିଶ୍ଚୟ । ଯାହାକୁ ବିଭିନ୍ନ ସ୍ବାଦିଷ୍ଟ ତରକାରୀରେ ବ୍ୟବହାର କରାଯାଇଥାଏ । ଯେଉଁଥିରେ ଭରପୂର ପ୍ରୋଟିନ୍ ରହିଥାଏ । ତେବେ ଆପଣ କଣ ଜାଣିଛନ୍ତି ସାରୁପତ୍ର ବିଷୟରେ? ଯଦି ଜାଣିନାହାନ୍ତି ତେବେ ଜାଣି ରଖନ୍ତୁ କି ଏହି ସାରୁପତ୍ର ଅତ୍ୟନ୍ତ ଉପକାରୀ । ଏଥିରେ ବହୁ ପରିମାଣରେ ଔଷଧିୟ ଗୁଣ ଭରପୂର ହୋଇ ରହିଛି ।

taroତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ସମ୍ପର୍କରେ :

-ସାରୁ ପତ୍ରରେ ଭିଟାମିନ ଏ,ବି, ସି,କ୍ୟାଲସିୟମ୍,ପୋଟାସିୟମ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ,ଯାହା ଶରୀର ପାଇଁ ଲାଭଦାୟକ ଅଟେ।

– ଆଜିକାଲି ଘରେ ଘରେ ଆଣ୍ଠୁଗଣ୍ଠି ବିନ୍ଧା ରୋଗ ଦେଖିବାକୁ ମିଳୁଛି । ତେବେ ଯଦି ଆପଣଙ୍କର ମଧ୍ୟ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ତେବେ ସାରୁପତ୍ର ଖାଇବା ଅଭ୍ୟାସ କରନ୍ତୁ । ଏହାଦ୍ବାରା ଆପଣ ଉପଶମ ପାଇପାରିବେ ଏବଂ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିବ।

taro root-ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ସାରୁ ପତ୍ରକୁ ଡେମ୍ଫ ସହ ନେଇ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଅଳ୍ପ ଘିଅ ମିଶାଇ ୩ଦିନ ଯାଏଁ ଅତି କମରେ ଦୁଇ ଥର ସେବନ କରନ୍ତୁ। ଏହି ଯନ୍ତ୍ରଣାରୁ ଆପଣଙ୍କୁ ମୁକ୍ତି ମିଳିବ ।

-ଓଜନ ବଢିବା ଏକ ପ୍ରକାରର ବଡ ସମସ୍ୟା ଅଟେ । ଆପଣ ଯଦି ଓଜନ ବଢିବାକୁ ନେଇ ଚିନ୍ତିତ ତେବେ ଓଜନ କମ୍ କରିବା ପାଇଁ ସାରୁପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଫାଇବର ବହୁ ପରିମାଣରେ ରହିଥାଏ ଯାହା ଶରୀରର ମେଟାବଲିଜମକୁ ସକ୍ରିୟ କରିଥାଏ ।

taro root 1– ସାରୁ ପତ୍ରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ରହିଥାଏ ଯାହାଫଳରେ ଆପଣଙ୍କ ଆଖି ପାଇଁ ଏହା ବହୁତ ସହାୟ ହୋଇଥାଏ। ଏହା ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ସହିତ ଆଖିର ମାଂସପେଶୀକୁ ମଜବୁତ କରିଥାଏ।

-ରକ୍ତଚାପ ଦୂର କରିବାରେ ସାରୁପତ୍ର ଅତି ଲାଭକାରୀ। ଏହାକୁ ସେବନ କରିବା ଦ୍ବାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.