ଶୀତ ଋତୁରେ ଦୈନିକ ଖାଆନ୍ତୁ ମୂଳା, ଇମ୍ୟୁନିଟି ବଢ଼ିବା ସହ ରୋଗଠୁ ରହିବେ ଦୂରରେ

ଶୀତ ଦିନେ ଆମେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଉ । ତେଣୁ ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇବାକୁ ହେଲେ ଆମକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡ଼ିବ । ଖାଦ୍ୟ ଏକ୍ସପର୍ଟଙ୍କ ମତରେ ଶୀତ ଋତୁରେ ମୂଳା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ମୂଳାରେ ଭିଟାମିନ୍‌ ସି, କାଲେସିୟମ୍‌, ଏଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୁର ଥିବାରୁ ଡାଇବେଟିସ୍‌, କ୍ୟାନ୍‌ସର ଓ ସଂକ୍ରମଣ ଜନିତ ରୋଗକୁ ରକ୍ଷା କରିଥାଏ । ମୂଳାକୁ ପରିବା ଭାବେ ରାନ୍ଧି କରି ଖାଇ ପାରିବେ । ଏହାକୁ ସଲାଦ୍‌ ଭାବେ ମଧ୍ୟ ଖାଇ ପାରିବେ । ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

radish-00

୧.କ୍ୟାନ୍‌ସରରୁ ରକ୍ଷା କରିଥାଏ

ମୂଳାରେ ଭିଟାମିନ୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌, ଫଲିକ୍‌ ଏସିଡ୍‌, ଏଣ୍ଟି-ଅକ୍ସିଡାଣ୍ଟ ଭରପୁର ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍‌ସର କୋଷ ବୃଦ୍ଧିକୁ ରୋକିଥାଏ । ଏହା ପାକସ୍ଥଳି, ଖାଦ୍ୟ ନଳୀ, ମୁଖ ଓ କିଡ୍‌ନୀ କ୍ୟାନ୍‌ସରରୁ ରକ୍ଷା କରିଥାଏ ।

୨. ଜଣ୍ଡିସ ରୋଗରୁ ମିଳିଥାଏ ଆରାମ

ସବୁଦିନ ଖାଲି ପେଟରେ କଞ୍ଚା ମୂଳା ଖାଇବା ଦ୍ୱାରା ଜଣ୍ଡିସ ରୋଗରୁ ରକ୍ଷା ମିଳିଥାଏ । ଯେଉଁମାନଙ୍କର ପରିସ୍ରା ଦୋଷ,ପରିସ୍ରା ପୋଡା ଥାଏ ମୂଳା ଖାଇବା ଦ୍ୱାରା ଉପଶମ ମିଳିଥାଏ ।

bp

୩. ଡାଇବେଟିସ୍‌ରୁ ମିଳିଥାଏ ଆରାମ

ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ବ୍ଲଡ୍‌ ସୁଗାରକୁ କମାଇବା ସହ ଡାଇବେଟିସ ହେବାକୁ ରୋକିଥାଏ ।

୪. ଇମ୍ୟୁନିଟି ବଢ଼ାଇଥାଏ

ପ୍ରାୟ ଶୀତ ଦିନେ ଥଣ୍ଡା, ସର୍ଦ୍ଦି ଆଦି ଋତୁ ପରିବର୍ତ୍ତନକାଳୀନ ରୋଗ ହୋଇଥାଏ । ମୂଳା ଖାଇବା ଦ୍ୱାରା ଏଥିରେ ଥିବା ଏଣ୍ଟି-ଅକ୍ସିଡାଣ୍ଟ ଇମ୍ୟୁନିଟି କ୍ଷମତା ବଢ଼ାଇବା ସହ ସର୍ଦ୍ଦି ଆଦି ରୋଗରୁ ରକ୍ଷା କରିଥାଏ ।

୫. ଓଜନ ହ୍ରାସ କରିଥାଏ

ଯେଉଁ ଲୋକ ନିଜର ଓଜନ କମାଇବାକୁ ଚାହାଁନ୍ତି ସେମାନେ ଖାଦ୍ୟରେ ମୂଳା ଅଧିକ ନିଅନ୍ତୁ । ମୂଳାକୁ ଲେମ୍ବୁ ରସ ଓ ଲୁଣ ସହିତ ମିଶାଇ ସଲାଦ ଭାବରେ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଫଳରେ ଓଜନ ହ୍ରାସ ହୋଇଥାଏ ।

teeth-00

୬. ଚର୍ମ ପାଇଁ ହୋଇଥାଏ ଲାଭକାରୀ

ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି ତେବେ ସେହି ସ୍ଥାନରେ ଗୋଟିଏ ଖଣ୍ଡ ମୂଳା କାଟି ଘଷନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ଯୋଗୁ ଦାଗ, କଳା ଚିହ୍ନ ଆଦି ଭଲ ହେବା ସହ ମୁହଁରେ ଉଜ୍ଜଳତା ଆଣିଥାଏ ।

୭. ପାଇରିଆ ଦୂର କରିଥାଏ

ଯେଉଁ ଲୋକଙ୍କ ପାଇରିଆ ଥାଏ ସେମାନେ ମୂଳା ରସକୁ ଦାନ୍ତ ଓ ମାଢ଼ିରେ ୨-୩ ଥର ଘଷି କୁଳି କରିବା ଦରକାର । ଏହାଛଡା ମୂଳା ସଳାଦ୍‌ ଖାଇବା ଦ୍ୱାରା ଦାନ୍ତ ଓ ମାଢ଼ି ମଜଭୁତ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.