Below header

ଆଜି ରାଜ୍ୟରୁ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ଆଉ ୧୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୫ ହଜାର ୨୪୫ ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।


ଆଜି ସୁସ୍ଥ ହୋଇଥିବା ୧୫୦୪ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩୯ ଜଣ, କଟକ ୧୨୨ , ବରଗଡ଼ ୬୮, ଖୋର୍ଦ୍ଧା ୧୨୭ , କଳାହାଣ୍ଡି ୩୭, ଜଗତସିଂହପୁର ୫୯, ନୂଆପଡା ୭୬, କେନ୍ଦୁଝର ୪୪, ମୟୁରଭଞ୍ଜ ୯୩, ବାଲେଶ୍ଵର ୩୫ ଓ ପୁରୀରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ଅନୁଗୁଳରୁ ୭୬ ଜଣ, ଭଦ୍ରକ ୩୧, ବଲାଙ୍ଗୀର ୭୫, କେନ୍ଦ୍ରାପଡା ୫୭, ସମ୍ବଲପୁର ୩୭, ଯାଜପୁର ୩୪, ଝାରସୁଗୁଡା ୫୩, ମାଲକାନଗିରି ୬୦, ନବରଙ୍ଗପୁର ୧୪, ଢେଙ୍କାନାଳ ୩୪, ସୋନପୁର ୧୮, ଗଂଜାମ ୧୭ ଓ କୋରାପୁଟରୁ ୨୮ ଜଣ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.