Below header

ଏଲ୍‌ଓସିରେ ଭାରତର ବଦ୍‌ଲା, ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୮ ପାକ୍‌ ଯବାନ ନିହତ

ନୂଆଦିଲ୍ଲୀ : ଉତ୍ତର କଶ୍ମୀର ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ଆଜି ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୮ ଜଣ ପାକ୍‌ ଯବାନ ନିହତ ହୋଇଛନ୍ତି । ପାକିସ୍ତାନ ପ୍ରଥମେ ଅସ୍ତ୍ରବିରତି ଉଲଂଘନ କରିବାରୁ ଭାରତର ୩ ଜଣ ଯବାନ ସହିଦ ହୋଇଥିଲେ । ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନର ଉଚିତ୍‌ ଜବାବ ଦେଇ ଭାରତୀୟ ଯବାନମାନେ ୮ ପାକ୍‌ ସେନାଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ଫଳରେ ୮ ପାକିସ୍ତାନ ନିହତ ହୋଇଛନ୍ତି ।

ଏହା ସହ ଗୁଳି ବିନିମୟରେ ୩ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍ ଓ ସେନାର ବଙ୍କର୍ ଧ୍ୱଂସ କରିଛି ସେନା । ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ଦୁଇ-ତିନି ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି) କମାଣ୍ଡୋ ଥିବା ଭାରତୀୟ ସେନାର ସୂତ୍ର ପ୍ରକାଶ କରାଯାଇଛି।

ସୂଚନା ମୁତାବକ, ବାରାମୁଲ୍ଲା ଜିଲ୍ଲାର ହାଜିପୀର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ପାକିସ୍ତାନ ମଧ୍ୟ ତଙ୍ଗଧର ସେକ୍ଟର ଏବଂ ଗୁରେଜ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକିସ୍ତାନୀ ସେନା ଗୁଳି ବର୍ଷା କରି ମୋର୍ଟାର ମାଡ଼ କରିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତୀୟ ଯବାନ ଆକ୍ରମଣ କରିବା ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.