Below header

ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ, ୩ ପାକ କମାଣ୍ଡର ସମେତ ୮ ନିହତ

କେନ୍ୟୁଜ ବ୍ୟୁରୋ : ଅଶାନ୍ତ ଏଲଓସି । ଭାରତ-ପାକିସ୍ତାନ ଗୁଳିମାଡ । ୪ ଭାରତୀୟ ଯବାନ ସହିଦ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ପାକ କମାଣ୍ଡାର ସମେତ ୮ ନିହତ । ୧୦ରୁ ୧୨ ଆହତ । ପାକିସ୍ତାନର ବଙ୍କର ଓ ଲଞ୍ଚପ୍ୟାଡକୁ ଧ୍ୱସ୍ତ କରିଛି ଭାରତୀୟ ସେନା । ଏ ହେଉଛି ଉଭୟ ସେନାର ଗୁଳି ଓ ମୋଟାର ମାଡ଼ ବେଳର ଦୃଶ୍ୟ । ଦୀପାବଳି ପୂର୍ବରୁ ସୀମାରେ ଅଶାନ୍ତି ସୃଷ୍ଟି କରିଥିଲା ପାକସେନା । ନିୟନ୍ତ୍ରଣ ରେଖାର ପୁଂଛ, କୁନେନ ଏବଂ ଗୁରେଜ ସେକ୍ଟରରେ ଅସ୍ତ୍ରବିରତିର ଉଲଂଘନ କରିଥିଲା । ଆରମ୍ଭ କରିଥିଲା ଗୁଳିମାଡ । ସହିଦ ହୋଇଥିଲେ ବିଏସଏଫ ଓ ସେନାର ୪ ଜଣ ଯବାନ । ଆଖିବୁଜିଥିଲେ ୪ ଜଣ ସାଧାରଣ ନାଗରିକ । ସହିଦ ଯବାନଙ୍କ ମଧ୍ୟରେ ଅଛନ୍ତି ବିଏସଏଫ ସବ-ଇନିସପେକ୍ଟର ରାକେଶ ଡୋଭାଲ । ସେହିପରି ଉରୀ ସେକ୍ଟରର ୨ ଏବଂ ଗୁରେଜ ସେକ୍ଟର ଦୁଇ ଯବାନ ବି ଦେଶ ପାଇଁ ବଳୀଦାନ ଦେଇଛନ୍ତି ।

ଏପଟେ ପାକ ସେନାକୁ କଡା ଜବାବ ଦେଇଛି ଭାରତ । ନିହତ ହୋଇଛନ୍ତି ୮ ପାକ ସୈନ୍ୟ । ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକସେନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଧ୍ୱଂସ ହୋଇଛି ଅନେକ ପାକ ବଙ୍କର । ନଷ୍ଟ ହୋଇଛି ଲଞ୍ଚ ପ୍ୟାଡ୍‌ ଓ ଇନ୍ଧନ ଡମ୍ଫିଂ । ବରଫପାତର ସୁଯୋଗ ନେଇ କିଛି ଦିନ ହେଲା ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି ପାକିସ୍ତାନ । ଏକତରଫା ଗୁଳିଚାଳନା କରି ଆତଙ୍କବାଦୀଙ୍କୁ ଭାରତ ସୀମାରେ ପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଛି । ଯାହାକୁ ପଣ୍ଡ କରୁଛି ଭାରତୀୟ ସେନା । ତେବେ ଏବର୍ଷ ୪ ହଜାର ୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲଂଘନ କଲାଣି ପାକିସ୍ତାନ । ଅକ୍ଟୋବରରେ ୩୯୪ ଏବଂ ନଭେମ୍ବରରେ ୧୨୮ ଥର ଉଲଂଘନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.