Below header

ଏଠି ଲକଜୁରୀ କାର ଦାମ ସହ ସମାନ ହୋଇଥାଏ ତରଭୁଜର ଦାମ, ମହଙ୍ଗା ଦରରେ ବିକିବା ପାଇଁ ଚାଷୀମାନେ କରିଥାନ୍ତି ଏଭଳି କାମ

ନିକଟରେ ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ଆପଣ ତରଭୁଜ ବିକି ଏକ ଦାମୀ କାର କିଣିପାରିବେ। କଥାଟା ସହଜରେ ବିଶ୍ୱାସ ହେଉ ନ ଥିଲେ ବି ସତ। ଜାପାନରେ ଦୁଇ ତରଭୁଜ ଯୋଡ଼ିକୁ ୨୯,୩୦୦ ଡଲାରରେ କିଣାଯାଇଛି, ଯାହାକି ଭାରତୀୟ ଦାମ ଅନୁସାରେ ୧୯.୮୪ ଲକ୍ଷ ଟଙ୍କା।

aas

ଆପଣ ଏତେଗୁଡ଼ିଏ ଟଙ୍କାରେ ଏକ ଲକଜୁରୀ କାର କିଣିପାରିବେ। ଭାରତରେ ଏକ ତରଭୁଜର ଦାମ ୫୦/୬୦ କିମ୍ଵା ଅତି ବେଶିରେ ୧୦୦ ଟଙ୍କା ହୋଇଥିବ। ହେଲେ ଜାପାନରେ ଗୋଟିଏ ତରଭୁଜର ଦାମ ୬ରୁ ୧୦ ହଜାର ଟଙ୍କା ହୋଇଥାଏ।

vff

ଏଠାରେ ଚାଷୀମାନେ ତରଭୁଜକୁ ବିଭିନ୍ନ ଆକୃତି ଦେବା ପାଇଁ ଅଲଗା ଅଲଗା ଉପାୟ ଆପଣାଇଥାନ୍ତି। ଯଦି ତରଭୁଜ ଭଲ ଭାବେ ଆକୃତି ନେଇଯାଇଥାଏ, ତା’ହେଲେ ଚାଷୀ ତାହାକୁ ଖୁବ ମହଙ୍ଗା ଦାମରେ ବିକ୍ରି କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.