ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କେନ୍ୟୁଜ ବ୍ୟୁରୋ : ଅନୁସୂଚିତ ଜାତି ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ। ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସୋମବାର ସୁଦ୍ଧା ସମସ୍ତ ପକ୍ଷକୁ ଲିଖିତ ବିବୃତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଇନଫ୍ରାଟେକ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ମୂଳ ମାମଲା ଦାୟର କରିଥିଲେ।

ଆଜି କିନ୍ତୁ ମାମଲା ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜାଗିଙ୍କୁ ନଭେମ୍ବର ୧୨ପର୍ଯ୍ୟନ୍ତ ଓ ଗତକାଲି ଶୁଣାଣି କରି ଆଜି ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେପଟେ ଓଡ଼ିଶା ଇନଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ଆବେଦନର ଶୁଣାଣି କରି ତାଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ଓଡ଼ିଶା ଇନଫ୍ରାଟେକ ପକ୍ଷରୁ ମୂଳ ମାମଲା ହୋଇଥିବା ବେଳେ କମ୍ପାନୀ ପ୍ରମୋଟର ଭାବେ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷ ହେବା ପାଇଁ ଆବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.