Below header

ଚୀନ୍‌ ବିରୋଧରେ ଟ୍ରମ୍ପ୍‌ଙ୍କ ବଡ଼ ପଦକ୍ଷେପ, ଚୀନ୍‌ ଆଉ ଆମେରିକାରେ କରିପାରିବନି ନିବେଶ

ନୂଆଦିଲ୍ଲୀ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯିବା ବେଳକୁ ଚୀନ୍‌ ଉପରେ କଡ଼ା କଟକଣା ଲଗାଇ ଯାଇଛନ୍ତି । ପଦରୁ ଇସ୍ତଫା ଦେବା ପୂର୍ବରୁ ଏକ ଆଦେଶରେ କରିଯାଇଛନ୍ତି ଦସ୍ତଖତ । ଯାହାଫଳରେ ଚୀନ୍‌ ଆଉ ଆମେରିକାରେ କୈାଣସି ନିବେଶ କରିପାରିବ ନାହିଁ । ଦୀର୍ଘ ଦିନ ଧରି ଚୀନ୍‌ ଓ ଆମେରିକା ମଧ୍ୟରେ କରୋନାକୁ ନେଇ ଚାଲିଥିବା ତୁତୁ ମେଁ ମେଁ ର ଫଳ ସ୍ୱରୁପ ଟ୍ରମ୍ପ୍‌ ଏହି ନିଷ୍ପତି ନେଇଛନ୍ତି । ଚାଇନା କମ୍ପାନୀଗୁଡିକରେ ଆମେରିକାର ନିବେଶ ଉପରେ କଟକଣା ଲଗାଯାଇଛି ।

ନିଷ୍ପତିରେ ଦର୍ଶାଯାଇଛି ଯେ କୈାଣସି କମ୍ୟୁନିଷ୍ଟ ଚିନ୍ ସାମରିକ କମ୍ପାନୀର ସିକ୍ୟୁରିଟିରେ ଆମେରିକା ଦ୍ୱାରା କୌଣସି ବିନିଯୋଗ ହେବ ନାହିଁ । ଚୀନ୍ ନିଜର ସାମରିକ, ଗୁପ୍ତଚର ତଥା ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିକୁ ମଜବୁତ ତଥା ଆଧୁନିକୀକରଣ କରି ଆମେରିକା ଉପରେ ପ୍ରଭାବ ପକାଉଛି ।

si jinping

ଖାଲି ସେତିକି ନୁହେଁ ଆମେରିକାକୁ ସିଧାସଳଖ ଚ୍ୟାଲେଞ୍ଜ୍‌ କରୁଛି ବୋଲି ଟ୍ରମ୍ପ୍‌ ତାଙ୍କ କାର୍ଯ୍ୟନିର୍ବାହୀ ଆଦେଶରେ କହିଛନ୍ତି । ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଉତ୍ପାଦନ ତଥା ବ୍ୟବହାର ତଥା ସାଇବର ଆକ୍ରମଣ ମାଧ୍ୟମରେ ଚୀନ୍ ଆମେରିକାର କ୍ଷତି କରିବାକୁ ଚେଷ୍ଟା କରୁଛି । ଏହି ନିୟମ ୩୧ଟି ଚାଇନା କମ୍ପାନି ପାଇଁ ଲାଗୁ କରିଛନ୍ତି ଟ୍ରମ୍ପ୍‌ । ଯେଉଁ କମ୍ପାନିମାନେ ଚୀନ୍‌ର ସେନାବାହିନୀର ବିକାଶ ଓ ଆଧୁନିକୀକରଣ ପାଇଁ କାମ କରୁଛନ୍ତି ।

ଏହି କମ୍ପାନି ମଧ୍ୟରେ ରହିଛି ସ୍ମାର୍ଟଫୋନ୍‌ ନିର୍ମାତା ହୁଆେଓ୍ଵ ଏବଂ ହିକ୍‌ଭିଜନ୍‌ । ଟ୍ରମ୍ପ କହିଛନ୍ତି, ଏହି କମ୍ପାନିମାନେ ବ୍ୟକ୍ତିଗତ କିମ୍ବା ସାଧାରଣ ନାଗରିକ, କିନ୍ତୁ ସେମାନେ ଚୀନ୍ ସାମରିକ, ଗୁପ୍ତଚର ଏବଂ ସୁରକ୍ଷାକୁ ସିଧାସଳଖ ସମର୍ଥନ କରନ୍ତି ଏବଂ ସେମାନଙ୍କର ବିକାଶ ଏବଂ ଆଧୁନିକୀକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରନ୍ତି ।

ପ୍ରକାଶଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ୍‌ ୨୦୨୦ ନିର୍ବାଚନରେ ତାଙ୍କୁ ଜିତାଇବା ପାଇଁ ସାହାଯ୍ୟ କରିବାକୁ ଚୀନ୍‌ ରାଷ୍ଟପତି ସି ଜିନ୍‌ପିଙ୍ଗ୍‌ଙ୍କୁ କହିଥିଲେ । ପରେ କରୋନାକୁ ନେଇ ଟ୍ରମ୍ପ ଓ ସିଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ଆଡକୁ ଗତି କରିଥିଲା । କୁହାଯାଏ କରୋନା ପରିଚାଳନାରେ ଟ୍ରମ୍ପଙ୍କ ବିଫଳତା ହିଁ ତାଙ୍କୁ ନିର୍ବାଚନ ପାଇଁ ମହଙ୍ଗା ପଡ଼ିଲା । ସିଧାସଳଖ ଭାବେ ନକହିଲେ ବି ଚୀନ୍‌ର କରୋନା ମାଡ଼ ଆମେରିକା ନିର୍ବାଚନରେ ବଡ଼ ଭୂମିକା ନେଇଛି । ଯେଉଁ କରୋନା ପାଇଁ ଚୀନ୍‌ ସାରା ବିଶ୍ୱରେ ନିନ୍ଦୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.