Below header

ବିଜ୍ଞାନ ଅନୁଯାୟୀ , ଜାଣନ୍ତୁ ସକାଳୁ ଶୀଘ୍ର ଉଠିବାର କ’ଣ ଲାଭ

ସକାଳେ ସତେଜ ବାୟୁ ନିଶ୍ୱାସରେ ନେବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ । ଯାହା ଭାବିବା, ବୁଝିବା ଏବଂ ମନେ ରଖିବାରେ ସାହାର୍ଯ୍ୟ କରେ ।

ସକାଳୁ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସୂଚନା ମୁତାବକ, ସକାଳୁ ଉଠିବା ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସକାଳୁ ଆମ ଶରୀରରେ କର୍ଟିସୋଲ ନାମକ ଏକ ହରମୋନ୍ ନିର୍ଗତ କରେ ଯାହା ଷ୍ଟ୍ରେସ୍‌ କମ୍‌ କରିବାରେ ସାହାଯ୍ୟ କରେ । ତେଣୁ ସକାଳୁ ଉଠି ଆମେ ଦିନସାରା ଚାପମୁକ୍ତ ଅନୁଭବ କରିଥାଉ । ଏହା ବ୍ୟତୀତ ସକାଳେ ସତେଜ ବାୟୁ ନିଶ୍ୱାସରେ ନେବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ । ଯାହା ଭାବିବା, ବୁଝିବା ଏବଂ ମନେ ରଖିବାରେ ସାହାର୍ଯ୍ୟ କରେ ।

ଏହା ବ୍ୟତୀତ ସକାଳେ ବ୍ୟାୟାମ ଏବଂ ଯୋଗ କରିଲେ ଉଭୟ ମସ୍ତିଷ୍କ ଏବଂ ଶରୀର ଭଲ ଭାବେ କାମ କରେ । ତେବେ କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ସକାଳେ କରାଯାଇଥିବା ବ୍ୟାୟାମ ଓଜନ କମ୍‌ କରିବାରେ ଏବଂ ଫିଟନେସ୍ ରଖିବାରେ ଅନେକ ସାହାର୍ଯ୍ୟ କରେ । ତେଣୁ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା, ତାହେଲେ ସକାଳୁ ଉଠିବା ଏବଂ ହାଲୁକା ବ୍ୟାୟାମ ଏବଂ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଆମ ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଷ୍ଟ୍ରେସ୍‌ କମ ହୋଇଥାଏ :
ବାସ୍ତବରେ ସକାଳୁ ଆମ ଶରୀର କିଛି ବିଶେଷ ହରମୋନ୍ ଉତ୍ପାଦନ କରେ ଯାହା ଆମ ମନୋବଳକୁ ଭଲ ରଖିଥାଏ । ଯାହା ଷ୍ଟ୍ରେସ୍‌ ଏବଂ ଟେନସନ କମାଇବା ପାଇଁ କାମ କରେ । ଯଦି ଆମେ ସକାଳ ୪ ରୁ୫ ଟା ମଧ୍ୟରେ ଉଠିବା, ତାହେଲେ ଆମ ଶରୀର ପର୍ଯ୍ୟାପ୍ତ ପରିମାଣର କର୍ଟିସୋଲ ଉତ୍ପାଦନ କରିପାରିବ । ଏହି କାରଣରୁ ସକାଳ ଚାଲିବା କିମ୍ବା ବ୍ୟାୟାମ କରିବା ମଧ୍ୟ ଅଧିକ ଲାଭଦାୟକ ହୋଇଥାଏ । ସେଥିପାଇଁ ଡକ୍ତରମାନେ ମଧ୍ୟ ସକାଳୁ ଉଠିବାକୁ ପରାମର୍ଶ ଦିଅନ୍ତି ।

ମସ୍ତିଷ୍କ ଭଲ ରହିଥାଏ :
ସକାଳୁ ଉଠିବା ଦ୍ୱାରା ମସ୍ତିଷ୍କରେ ଅକ୍ସଜେନ୍‌ର ପରିମାଣ ବଢିଥାଏ, ଯାହା ଆମର ସ୍ମୃତି ଏବଂ ଏକାଗ୍ରତା କ୍ଷମତାକୁ ଉନ୍ନତ କରିଥାଏ । ବାସ୍ତବରେ, ବାୟୁରେ ଅକ୍ସଜେନ୍‌ର ପରିମାଣ ସକାଳେ ସବୁ ଠାରୁ ଅଧିକ ରହିଥାଏ । ଯେତେବେଳେ ଆମେ ସକାଳୁ ଉଠି ହାଲୁକା ଚାଲିବା କିମ୍ବା ଯୋଗ କରିବା, ସେତେବେଳେ ଆମ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସଜେନ୍‌ ମିଳିଥାଏ । ଏହି ଅକ୍ସଜେନ୍‌ ଆମ ରକ୍ତ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚି ମସ୍ତିଷ୍କକୁ ସତେଜ କରିଥାଏ । ତେବେ ଏକ ସତେଜ ମସ୍ତିଷ୍କ ଆମର ସ୍ମୃତି ଶକ୍ତି, ଏକାଗ୍ରତା ଏବଂ ଚିନ୍ତାଧାରାକୁ ଉନ୍ନତ କରିଥାଏ । ଏହି କାରଣରୁ ଡକ୍ତରମାନେ ସକାଳୁ ଚାଲିବାକୁ ମଧ୍ୟ ପରାମର୍ଶ ଦିଅନ୍ତି, ଯାହା ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.