ମୃତ ବ୍ୟକ୍ତି ଜୀବିତ ! ୫ ବର୍ଷ ଧରି ଚଲାଉଥିଲେ ଟ୍ୟାକ୍ସି, ପତ୍ନୀଙ୍କ ସହିତ ଧରିଲା ପୋଲିସ

୫ ବର୍ଷ ପୂର୍ବେ ମୃତ ଘୋଷିତ ହୋଇଥିଲେ ବ୍ୟକ୍ତି । ଏବେ ଦିଲ୍ଲୀରେ ସ୍ତ୍ରୀ ଛୁଆଙ୍କ ସହ ଚିହ୍ଟଟ କଲା ପୋଲିସ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଯେଉଁ ମାମଲା କୋର୍ଟରେ ବିଚାରଧୀନ ରହିଥିଲା।

ଉତ୍ତରପ୍ରଦେଶ : ୫ ବର୍ଷ ପୂର୍ବେ ମୃତ ଘୋଷିତ ହୋଇଥିଲେ ବ୍ୟକ୍ତି । ଏବେ ଦିଲ୍ଲୀରେ ସ୍ତ୍ରୀ ଛୁଆଙ୍କ ସହ ଚିହ୍ଟଟ କଲା ପୋଲିସ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଯେଉଁ ମାମଲା କୋର୍ଟରେ ବିଚାରଧୀନ ରହିଥିଲା।

ୟୁପି ବାଗପତର ସିଂଦ୍ଧାବଲି ଅହିର ଅଞ୍ଚଳର ବାସିନ୍ଦା ଯୋଗେନ୍ଦ୍ର ୫ ବର୍ଷ ପୂର୍ବେ ପୋଲିସ ରେକର୍ଡ଼ରେ ମୃତ ଘୋଷିତ ହୋଇଥିଲେ । ପରିବାର ଲୋକେ ଜଣେ ବ୍ୟକ୍ତିକୁ ତାଙ୍କ ହତ୍ୟାକାରୀ ବୋଲି ଅଭିଯୋଗ ଆଣିଥିଲେ । କୋର୍ଟରେ ମଧ୍ୟ ଏହି ମାମଲା ରୁଜୁ ହୋଇଥିଲା । ଏବେ ସେହି ମୃତ ବ୍ୟକ୍ତି ଦିଲ୍ଲୀରେ ଟ୍ୟାକ୍ସି ଚଳାଉଥିବା ବେଳେ ପୋଲିସ ଚିହ୍ନଟ କରିଛି । ଏଥିସହ ସେହି ବ୍ୟକ୍ତିଙ୍କର ସ୍ତ୍ରୀ ୪ ଛୁଆଙ୍କୁ ମଧ୍ୟ ପୋଲିସ ଠାବ କରିଛି ।ଏତେଦିନ ଧରି ଯୋଗେନ୍ଦ୍ର ନିଜ ସ୍ତ୍ରୀ ଏବଂ ପରିବାର ଲୋକଙ୍କୁ ଧୋକା ଦେଇ ପୋଲିସ ଆଖିରେ ମଧ୍ୟ ଧୂଳି ଦେଇ ବୁଲୁଥିଲେ । ଏବେ ପୋଲିସ ତାଙ୍କୁ ଧରିବା ପରେ ତାଙ୍କ ପରିବାର ଲୋକେ ଏକଥାକୁ ସହଜରେ ବିଶ୍ୱାସ କରିପାରି ନଥିଲେ ।

ଯୋଗେନ୍ଦ୍ରଙ୍କ ବୟସ ପ୍ରାୟ ୪୫ ବର୍ଷ । ୨୦୧୮ରେ ତାଙ୍କ ନାଁ ରେ ଏକ ମାମଲା ରୁଜୁ ହେବା ପରେ ସେ ନିଖୋଜ ରହିଥିଲେ । ଯୋଗେନ୍ଦ୍ରଙ୍କର ବେଦ ପ୍ରକାଶଙ୍କ ସହ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରେ ବେଦ ପ୍ରକାଶ ଯୋଗେନ୍ଦ୍ର ଏବଂ ତାଙ୍କ ଭାଇ ଉପରେ କେସ୍‌ କରିଥିଲେ । ତା ପରେ ଯୋଗେନ୍ଦ୍ର ନିଖୋଜ ରହିଥିଲେ । ଯୋଗେନ୍ଦ୍ରଙ୍କ ମୃତ୍ୟୁ ଖବର ପରେ ତାଙ୍କ ପରିବାର ଲୋକେ ପ୍ରକାଶକୁ ଦୋଷୀ କରିଥିଲେ। ପରେ ଅପହରଣ ହତ୍ୟା ଅଭିଯୋଗରେ ପ୍ରକାଶଙ୍କ ନାଁରେ କୋର୍ଟରେ ମାମାଲା ରୁଜୁ ହୋଇଥିଲା । ଏହା ପରେ ଯୋଗେନ୍ଦ୍ରଙ୍କ ନାଁ ରେ ଆଇପିସି ୩୨୫,୫୦୬ ଧାରା ରୁଜୁ କରାଯାଇ କୋର୍ଟରେ ମାମଲା ଦାୟର କରାଯାଇଥିଲା ।

ତେବେ ଯୋଗେନ୍ଦ୍ର ଦିଲ୍ଲୀରେ ଜଣେ ମହିଳାଙ୍କ ସହ ସମ୍ବନ୍ଧ ଥିଲା। ଯେତେବେଳେ ତାଙ୍କ ନାଁରେ କୋର୍ଟରେ ମାମଲା ରୁଜୁ ହେଲା ସେତେବେଳେ ସେ ଦିଲ୍ଲୀରେ ଟ୍ୟାକ୍ସି ଚଳାଉଥିଲେ। ଏବଂ ରୋହିଣୀ ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ୪ ଟି ସନ୍ତାନ ମଧ୍ୟ ରହିଛନ୍ତି । ଏତେ ସବୁ ପରେ ସେ ଦିନେ ବି ତାଙ୍କ ପୂର୍ବ ପତ୍ନୀଙ୍କୁ ଫୋନ୍‌ କରିନଥିଲେ କି ପରିବାର ଲୋକଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ଏନେଇ ପୋଲିସ ଯୋଗେନ୍ଦ୍ରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.