ଶିକ୍ଷକ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା, ଆନ୍ଦୋଳନରେ ଛାତ୍ରଛାତ୍ରୀ

ଶିକ୍ଷକ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା। ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ।

କଣ୍ଟାବାଞ୍ଝି :  ଶିକ୍ଷକ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା। ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୯୩ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡେପୁଟେସନ କରାଯାଇଛି।

ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ ପେରେ ଅଛନ୍ତି। ଏଭଳି ସ୍ଥିତିରେ ଦଶମ ଶ୍ରେଣୀ ଓ ଅନ୍ୟ ଶ୍ରେଣୀଗୁଡ଼ିକରେ କେମିତି ପାଠ ପଢାହେବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଡେପୁଟେସନକୁ ପ୍ରତ୍ୟାହାର କରିବା ସହ ନୋ ୱାର୍କ ନୋ ପେ ରେ ଥିବା ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଅନ୍ୟ ଶିକ୍ଷୟିତ୍ରୀ ନିଯୁକ୍ତ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଗାଡି ମୋଟର ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।

Leave A Reply

Your email address will not be published.