Below header

ବିଦ୍ୟୁତ ତାର ଛିଡି ଚାଲିଗଲା ମହିଳାଙ୍କ ଜୀବନ, କ୍ଷତି ପୂରଣ ଦାବି

ବିଦ୍ୟୁତ ତାର ଛିଡି ପଡିବାରୁ ମହିଳାଙ୍କ ମୃତ୍ୟୁ । ଯାଜପୁର ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତରେ ଘଟିଯାଇଛି ଏହି ଅଘଟଣ । ବିଦ୍ୟୁତ ତାର ଛିଡିବା ଦ୍ୱାରା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଯାଜପୁର: ବିଦ୍ୟୁତ ତାର ଛିଡି ପଡିବାରୁ ମହିଳାଙ୍କ ମୃତ୍ୟୁ । ଯାଜପୁର ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତରେ ଘଟିଯାଇଛି ଏହି ଅଘଟଣ । ବିଦ୍ୟୁତ ତାର ଛିଡିବା ଦ୍ୱାରା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, କମାରଡ଼ିହି ପଞ୍ଚାୟତ ଇଟାପଡା ଗ୍ରାମର ୬୬ବର୍ଷୀୟା ଲକ୍ଷ୍ମୀପ୍ରିୟା ବାରିକ ଆଜି ତାଙ୍କ ଘର ଦାଣ୍ଡ ଝାଡୁ କରୁଥିବା ବେଳେ ତାଙ୍କ ଉପରେ ବିଦ୍ୟୁତ ତାର ଖସି ପଡିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଲକ୍ଷ୍ମୀପ୍ରିୟା ବାରିକଙ୍କ ମୃତ୍ୟୁ ହୋଇଥିଲା । ଇଟା ପଡା ଗ୍ରାମରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁ ଥିବା କାରଣରୁ ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟୁତ ତାର ବଦଳାଇବାକୁ ଜଣାଇଥିଲେ ।

ବିଦ୍ୟୁତ୍‌ ତାରରେ କେବୁଲ ଲଗାଇବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଏସ ଡି ଓ ଏବଂ ବିଭାଗୀୟ ଜେଇ, ଗ୍ରାମବାସିଙ୍କ ଅଭିଯୋଗକୁ କର୍ଣ୍ଣପାତ କରି ନଥିଲେ । ଯେଉଁ କାରଣରୁ ଆଜି ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଲକ୍ଷ୍ମୀପ୍ରିୟାଙ୍କ ପରିବାରକୁ କ୍ଷତି ପୂରଣ ଦେବାସହ ଶୀଘ୍ର କେବୁଲ ଲାଇନ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ଦାବି କରି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.