ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌, ପ୍ରଥମ ଥର ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । ଚଳିତବର୍ଷ ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ । ଭାରତୀୟ ବାୟୁସେନା ଦଳରେ ସେମାନେ ସାମିଲ ହେବେ ।

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । ଚଳିତବର୍ଷ ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ । ଭାରତୀୟ ବାୟୁସେନା ଦଳରେ ସେମାନେ ସାମିଲ ହେବେ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ସ୍ଥଳସେନାର ଯବାନ, ନୌସେନା ଏବଂ ବାୟୁସେନାର ମହିଳା ଅଗ୍ନିବୀର ମିଳିତ ଭାବେ ପରେଡ୍‌ କରିବେ ।

ତେବେ ଏହା ପ୍ରଥମ ଥର ହେବାକୁ ଯାଉଛି, ଯେତେବେଳେ କି, ସ୍ଥଳ, ବାୟୁ ଏବଂ ନୌସେନାର ମହିଳା ଅଫିସରମାନେ ଏକସାଥୀରେ ପରେଡ୍‌ ଲିଡ୍‌ କରିବେ । ସ୍ଥଳସେନା, ନୌସେନା ଏବଂ ବାୟୁସେନାର ମହିଳା ଅଗ୍ନିବୀରଙ୍କ ଗ୍ରୁପ୍‌ ସମାନ୍ତରାଳ ଭାବେ ମାର୍ଚ୍ଚ କରିବେ ।

ଯେହେତୁ ତିନି ସେନାର ପରେଡ୍‌ ଷ୍ଟାଇଲରେ ଭିନ୍ନତା ରହିଛି, ତେଣୁ ମହିଳା ଅଗ୍ନିବୀରମାନେ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ନିଜର ମାର୍ଚ୍ଚିଙ୍ଗ୍‌ କୌଶଳକୁ ସୁଦୃଢ଼ କରୁଛନ୍ତି, ଯେପରି ପାଦରେ ପାଦ ମିଶାଇ କର୍ତ୍ତବ୍ୟ ପଥରେ ମାର୍ଚ୍ଚ କରିପାରିବେ ।

ଏତିକି ନୁହେଁ, ଏଥର ବିଟିଙ୍ଗ୍‌ ରିଟ୍ରିଟ୍‌ ସେରେମନି ମଧ୍ୟ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ହେବ । ସୂତ୍ରରୁ ଜଣାପଡ଼ିଛି ଯେ ବିଟିଙ୍ଗ୍‌ ରିଟ୍ରିଟ୍‌ରେ ଯେଉଁ ଧୁନ୍‌ ବଜାଯିବ, ତାହା ସ୍ୱଦେଶୀ ହେବ । ଏଥିପାଇଁ ଧୁନ୍‌ର ଚୟନ ମଧ୍ୟ କରାଯାଇ ସାରିଛି । ଏବେ ଏହା ଉପରେ ଅଭ୍ୟାସ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.