ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପ‌ଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ) : କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପ‌ଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ରାଜ୍ୟରେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି । ଏହି ଯୋଜନାରେ ସରକାରୀ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ / ବୈଷୟିକ ଶିକ୍ଷା ଲାଭ କରୁଥିବା କାଳିଆ ହିତାଧକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯାଉଅଛି ।

ପୁରାତନ ନିୟମ ଅନୁଯାୟୀ, ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ ଯଥା : ଏମବିବିଏସ୍, ବିଡ଼ିଏସ୍, ବିଏଚ୍ଏମଏସ୍, ବି. ଫାର୍ମା, ବିଏସ୍‌ସି (ନର୍ସିଙ୍ଗ), ପିବିବିଏସ୍‌ସି ନର୍ସିଙ୍ଗ , ବିଏସ୍‌ସି (ସମ୍ମାନ) କୃଷି, ବିଭିଏସ୍‌ସି ଆଣ୍ଡ ଏଏଚ୍, ବିଏସ୍‌ସି (ସମ୍ମାନ) ଉଦ୍ୟାନ କୃଷି, ବିଏସ୍‌ସି (ସମ୍ମାନ) ଫରେଷ୍ଟ୍ରି, ବିଏସ୍‌ସି (ଫିସରିଜ୍ ସାଇନ୍ସ), ବିଏସ୍‌ସି (କମ୍ୟୁନିଟି ସାଇନ୍ସ), ବିଟେକ୍ (ଏଗ୍ରୀ ଇଞ୍ଜିନିୟରିଂ), ବି.ଟେକ୍/ବି.ଇ ସାମିଲ ଥିଲା ।

ସେହିପରି ଡିପ୍ଲୋମା ପାଠ୍ୟକ୍ରମରେ ଡି. ଫାର୍ମ, ଡିଏସ୍ଏଲ୍‌ଟି, ଡିଏମ୍‌ଆର୍‌ଟି, ଅପଥାଲ୍‌ମିକ୍ ଆସିଷ୍ଟାଣ୍ଟ/ସର୍ଜିକାଲ ଅପଥାଲିମିକ୍ ଆସିଷ୍ଟାଣ୍ଟ, ଜି.ଏନ୍.ଏମ୍. ଏ.ଏନ୍.ଏମ୍. ସାଇକିଆଟ୍ରିକ୍ ନର୍ସିଙ୍ଗ, ପଲିଟେକ୍‌ନିକ୍ ଆଣ୍ଡ ଏଗ୍ରି ପଲିଟେକ୍‌ନିକ୍ ଏବଂ ରାଜ୍ୟର ଆଇଟିଆଇର ବିଭିନ୍ନ ଟ୍ରେଡ୍‌ସାମିଲ ଥିଲା | ଏହି ଯୋଜନାରେ ୨୦୨୧-୨୨ ମସିହା ଓ ୨୦୨୨-୨୩ ମସିହାରେ ରାଜ୍ୟରେ ୧୮୩୯ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୩.୮୮ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ଅଲ୍‌ଇଣ୍ଡିଆ ସର୍ଭେ ଅନ୍ ହାୟାର ଏଜୁକେସନ୍(AISHE) କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ସାମିଲ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.