Below header

ଜାଣନ୍ତୁ ଆପଣଙ୍କ ହାର୍ଟ ମଜ୍‌ବୁତ କି ଦୁର୍ବଳ ? ଘରେ ନିଜକୁ କିପରି ଯାଞ୍ଚ କରିବେ

ସାଧାରଣତଃ ଗୋଟିଏ ମିନିଟରେ ହାର୍ଟ ୭୨ଥର ବିଟ୍‌ ହୋଇଥାଏ । କିନ୍ତୁ ଯେତେବେଳେ ଏହା ପ୍ରତି ମିନିଟରେ ୨୦୦ ରୁ ୨୫୦ କିମ୍ବା ୩୦୦ ବିଟ୍ ହୋଇଯାଏ, ସେତେବେଳେ ହାର୍ଟରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରେ ନାହିଁ । ଯାହା ଦ୍ୱାରା ହାର୍ଟ ଆଟାକ ଭଳି ସମସ୍ୟା ହୋଇଥାଏ ।

ହାର୍ଟ ଆଟାକ ହେଉଛି ମୃତ୍ୟୁର ଏକ ଖେଳ ଯେଉଁଥିରେ ଜଣେ ଚାଲିବା, ହସିବା ଏବଂ ଖେଳୁଥିବା ବ୍ୟକ୍ତି ହଠାତ୍ ପଡିଯାଏ ଏବଂ ତାଙ୍କୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ତାଙ୍କୁ ବଞ୍ଚାଇବାକୁ ମାତ୍ର ଅଢେଇ ମିନିଟ୍ ସମୟ ଲାଗିଥାଏ । କିନ୍ତୁ ଲୋକମାନେ ଏହା ବୁଝିବା ବେଳକୁ ବହୁତ ଡେରି ହୋଇଯାଇଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ ପରେ ଲୋକଙ୍କ ମଧ୍ୟରେ ହୃଦଘାତର ହାର ବୃଦ୍ଧି ପାଇଛି । ହାର୍ଟରେ ଛୋଟ ବ୍ଲକ, ଶକ୍ ଏବଂ ଷ୍ଟ୍ରେସ୍‌ ଯୋଗୁଁ ରକ୍ତ ଜମାଟ ବାନ୍ଧିବା ମାମଲା ବୃଦ୍ଧି ପାଇଛି । ତେବେ ହାର୍ଟରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ମଧ୍ୟ ହଠାତ୍ ହାର୍ଟ ଆଟାକ କାରଣ ହୋଇଥାଏ । ବେଳେବେଳେ ଅତ୍ୟଧିକ ଉତ୍ତେଜନା ଯୋଗୁଁ ହାର୍ଟ ଆଟାକ ହେବାର କାରଣ ହୋଇଥାଏ ।

ସାଧାରଣତଃ ଗୋଟିଏ ମିନିଟରେ ହାର୍ଟ ୭୨ଥର ବିଟ୍‌ ହୋଇଥାଏ । କିନ୍ତୁ ଯେତେବେଳେ ଏହା ପ୍ରତି ମିନିଟରେ ୨୦୦ ରୁ ୨୫୦ କିମ୍ବା ୩୦୦ ବିଟ୍ ହୋଇଯାଏ, ସେତେବେଳେ ହାର୍ଟରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରେ ନାହିଁ । ଯାହା ଦ୍ୱାରା ହାର୍ଟ ଆଟାକ ଭଳି ସମସ୍ୟା ହୋଇଥାଏ । କିନ୍ତୁ ଏହା ଚିନ୍ତାର ବିଷୟ ଯେ ଭାରତରେ ହାର୍ଟ ଆଟାକରେ ବଞ୍ଚିବାର ହାର ମାତ୍ର ୧% ହୋଇଥାଏ । ଏପରି ପରିସ୍ଥିତିରେ ହାର୍ଟରେ ହେଉଥିବା ପ୍ରତ୍ୟେକ ଯନ୍ତ୍ରଣାକୁ ଅଣଦେଖା କରିବା ଉଚିତ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ହାର୍ଟ ଆଟାକକୁ ରୋକାଯାଇପାରିବ ।

ନିଜ ହାର୍ଟ ବିଟ୍‌କୁ ନିଜେ ପରୀକ୍ଷା କରନ୍ତୁ :
ସୂଚନା ମୁତାବକ,ଯଦି ଆପଣ ୧ ମିନିଟରେ ୫୦ ରୁ ୬୦ ଥର ପାହାଚ ଚଢିପାରୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟ ଭଲ ଅଛି । ସେହି ପରି ଯଦି ଆପଣ କ୍ରମାଗତ ଭାବରେ ୨୦ ଥର ସିଟ୍ ଅପ୍ କରିବାକୁ ସକ୍ଷମ ଅଟନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କର ହାର୍ଟ ଦୁର୍ବଳ ନୁହେଁ ବରଂ ଆପଣଙ୍କ ହାର୍ଟ ବହୁତ ଭଲ ଅଛି ।

ପ୍ରତିଦିନ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ :
ନିଜ ହାର୍ଟକୁ ମଜବୁତ କରିବା ପାଇଁ, ସର୍ବପ୍ରଥମେ ନିଜ ଖାଦ୍ୟରେ ପରିବର୍ତ୍ତନ କରିବା ଉଚିତ । ଯେପରି ଜଙ୍କ୍‌ ଫୁଡ୍‌ ଭଳି ଜିନିଷ ଖାଇବା ବନ୍ଦ କରିବା ଉଚିତ । ଯଦି ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ସଠିକ୍ ରହେ ତେବେ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା କମ୍‌ ହୋଇଯାଏ ।

କିପରି ହାର୍ଟକୁ ମଜ୍‌ବୁତ କରିବେ :
ଆପଣ ନିଜ ହାର୍ଟକୁ ନିଜେ ସୁସ୍ଥ କରିପାରିବେ । ସେଥିପାଇଁ ଆପଣଙ୍କୁ କେବଳ ଯୋଗ ଏବଂ ବ୍ୟାୟାମକୁ ନିଜ ଲାଇଫ୍‌ ଷ୍ଟାଇଲ୍‌ରେ ଅନ୍ତର୍ଭୁକ୍ତ କରିବାକୁ ପଡିବ । ଯେପରି ଚାଲିବା, ଜଗିଂ ଏବଂ ସାଇକେଲ ଚଲାଇବା ଏବଂ ପ୍ରାଣାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ହେବ ଏବଂ ଆପଣଙ୍କ ହାର୍ଟ ସୁସ୍ଥ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.