ଆଇସିସି ଦିନିକିଆ ରାଙ୍କି, ଶାକିବଙ୍କୁ ପଛରେ ପକାଇ ମହମ୍ମଦ ନବୀ ହେଲେ ନଂ ୧

ଦିନିକିଆ ଅଲରାଉଣ୍ଡର ରାଙ୍କିରେ ପୂର୍ବରୁ ବାଂଲାଦେଶର ଶକିବ ଅଲ ହସନ ନଂ ୧ ସ୍ଥାନରେ ରହିଥିଲେ । ହେଲେ ଏଥର ମହମ୍ମଦ ନବୀ ତାଙ୍କ ସ୍ଥାନ ଛଡାଇ ନେଇଛନ୍ତି । ଶାକିବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନବୀ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଧୂଆଁଦାର ଶତକ କରିଥିଲେ ।

ଆଇସିସି ଦିନିକିଆ ରାଙ୍କିରେ ୧ ନଂ ସ୍ଥାନ ଅଧିକାର କରିଛନ୍ତି ଆଫଗାନିସ୍ତାନ ଖେଳାଳି ମହମ୍ମଦ ନବୀ । ଦିନିକିଆ ଅଲରାଉଣ୍ଡର ରାଙ୍କିରେ ପୂର୍ବରୁ ବାଂଲାଦେଶର ଶକିବ ଅଲ ହସନ ନଂ ୧ ସ୍ଥାନରେ ରହିଥିଲେ । ହେଲେ ଏଥର ମହମ୍ମଦ ନବୀ ତାଙ୍କ ସ୍ଥାନ ଛଡାଇ ନେଇଛନ୍ତି । ଶାକିବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନବୀ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଧୂଆଁଦାର ଶତକ କରିଥିଲେ ।

ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି । ଶ୍ରୀଲଙ୍କା ପ୍ରଥମେ ଦୁଇଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ୯ ଫେବୃଆରୀରେ ଖେଳାଯାଇଥିଲା । ଏହି ମ୍ୟାଚରେ ନବୀ ଧୂଆଁଦାର ବ୍ୟାଟିଂ କରିଥିଲେ । ସେ ୧୩୦ ବଲରୁ ୧୩୬ ରନ୍‌ କରିଥିଲେ । ନବୀ ଇନିଂସରେ ୧୫ ଟି ଚଉକା ଏବଂ ୩ଟି ଛକା ଥିଲା । ତେବେ ନବୀଙ୍କ ଏଭଳି ପ୍ରଦର୍ଶନରେ ତାଙ୍କୁ ଫାଇଦା ମିଳିଛି । ଦିନିକିଆ ଅଲରାଉଣ୍ଡର୍ସ ରାଙ୍କିରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

ପୂର୍ବରୁ ବାଂଲାଦେଶର ଖେଳାଳି ଶାକିବ ଅଲ ହସନ ଦିନିକିଆ ଅଲରାଉଣ୍ଡର୍ସ ରାଙ୍କିରେ ଟପରେ ଥିଲେ । କିନ୍ତୁ ଏବେ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି । ଶାକିବଙ୍କୁ ୩୧୦ ରେଟିଂ ମିଳିଥିବା ବେଳେ ନବୀକୁ ୩୧୪ ରେଟିଂ ମିଳିଛି । ଜିମ୍ବାେଓ୍ଵ ଖେଳାଳି ସିକନ୍ଦର ରଜା ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ୨୮୮ ରେଟିଂ ପଏଣ୍ଟ ମିଳିଛି । ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୧୦ମସ୍ଥାନରେ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.