ଅମଳ ସମୟରେ ହେଲା ଅଦିନିଆ ଝଡବର୍ଷା, କୁଆପଥର ମାଡ଼ରେ ନଷ୍ଟ ହେଲା ଏକର ଏକର ଫସଲ

ନୂଆପଡା ଜିଲା କୋମନା ଅଞ୍ଚଳରେ ଅଦିନିଆ ଝଡବର୍ଷା ସହ କୂଆପଥର ମାଡରେ ଚାଷିଙ୍କ ରବିଧାନ ଫସଲ ସହ ପନିପରିବା ଓ ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଛି । ସେହିଭଳି ଘୂର୍ଣିଝଡରେ ଅନେକ ଲୋକଙ୍କ ଘର ଛାତ ଉଡିଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ଭାଙ୍ଗି ପଡିଛି ।

ନୂଆପଡା ଜିଲା କୋମନା ଅଞ୍ଚଳରେ ଅଦିନିଆ ଝଡବର୍ଷା ସହ କୂଆପଥର ମାଡରେ ଚାଷିଙ୍କ ରବିଧାନ ଫସଲ ସହ ପନିପରିବା ଓ ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଛି । ସେହିଭଳି ଘୂର୍ଣିଝଡରେ ଅନେକ ଲୋକଙ୍କ ଘର ଛାତ ଉଡିଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ଭାଙ୍ଗି ପଡିଛି । ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ରବିଧାନ ସମେତ ପନିପରିବା ଓ ଡାଲିଜାତୀୟ ଫସଲ ଚାଷ କରିଥିବା ଚାଷିମାନେ ଆଗକୁ କିଭଳି ଋଣ ପରିଶୋଧ କରିବେ ସେନେଇ ଚାଷିମାନେ ବେଶ ଚିନ୍ତିତ ହୋଇପଡିଛନ୍ତି । ଗତକାଲି ନୂଆପଡା ଜିଲ୍ଲା କୋମନା ବ୍ଲକ ଖଇରଭାଡି ଓ ନୂଆଗାଁରେ ଅଦିନିଆ କୂଆପଥରମାଡ ଓ ଘୂର୍ଣିଝଡ ବର୍ଷାରେ ଚାଷିଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏଥିସହ ଅନେକ ଲୋକଙ୍କ ଘରର ଛାତ ଭାଂଗି ନଷ୍ଟ ହୋଇଥିବା ବେଳେ ଶତାଧିକ ଗଛ ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଉପୁଡି ପଡିଛି ।

ବିଶେଷକରି ଜିଲାର କୋମନା ବ୍ଲକ ଖଇରଭାଡି ଓ ନୂଆଗାଁର ଚାଷିମାନେ ବ୍ୟାଙ୍କ ତଥା ସ୍ଥାନିୟ ମହାଜନୀଙ୍କଠାରୁ ଋଣ ନେଇ ରବିଧାନ ଫସଲ ସହ ପନିପରିବା ଆଳୁ,ଟମାଟର,ପୋଟଲ,କଦଳି ଚାଷ ଏବଂ ଡାଲି ଜାତିୟ ଫସଲ ମୁଗ,ବିରି,ଚଣା,ଶୋରିଷ ଓ ଧନିଆ ଚାଷ କରିଥିଲେ । ଏବର୍ଷ ଫସଲ ମଧ୍ୟ ଭଲ ହୋଇଥିଲା । ହେଲେ ଅମଳ ସମୟରେ ଅଦିନିଆ ଝଡବର୍ଷା ସହ କୁଆପଥର ମାଡରେ ଏକର ଏକର ଡାଲିଜାତୀୟ ଫସଲ ନଷ୍ଟ ହୋଇଛି । କୁଆପଥର ମାଡରେ ଧାନଫସଲ ସହ ପନିପରିବା ତଳେପଡି ବ୍ୟାପକ ଫସଲ ନଷ୍ଟ ହୋଇଛି । ଯାହାକି କୋମନା ଅଂଚଳର ଚାଷିଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏପରିକି ମହାଜନି ଋଣ ଓ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ରବିଧାନ ଚାଷ କରିଥିବା ଅନେକ ଚାଷି କିଭଳି ଋଣ ପରିଶୋଧ କରିବେ ସେନେଇ ଖଇରଭାଡି ଗାଁର କ୍ଷତିଗ୍ରସ୍ତ ଚାଷିମାନେ ବେଶ ଚିନ୍ତିତ ହୋଇ ପଡିଛନ୍ତି ।

ଅପରପକ୍ଷେ,ଗତକାଲି ଖବର ପାଇ କୋମନା ତହସିଲଦାରଙ୍କ ନେତୃତ୍ଵରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ରାସ୍ତା ଉପରେ ପଡିଥିବା ବଡ ବଡ ଗଛକୁ କାଟି ସଫା କରିଛନ୍ତି । ସେହିଭଳି ରାଜସ୍ଵ ବିଭାଗ କର୍ମଚାରୀ ଓ କୃଷି ବିଭାଗ କର୍ମଚାରୀମାନେ ଚାଷିଙ୍କ କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କ ରିଲିଫ କୋଡ ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଯୋଗଇେଦେବାକୁ ଚାଷିମାନେ ଦାବି କରିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଶହ ଶହ ଚାଷି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.