Below header

କେତେ ବର୍ଷରେ ବିବାହ କରନ୍ତି ଭାରତୀୟ ମହିଳା? ଜାଣନ୍ତୁ ସବିଶେଷ ତଥ୍ୟ

ଭାରତରେ ସରକାର ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ସ୍ଥିର କରିଛନ୍ତି । ଯଦି ଏହା ପୂର୍ବରୁ କୌଣସି ଝିଅ ବିବାହ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଭାରତର ଝିଅମାନେ କେଉଁ ବୟସରେ ବିବାହ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ରୋଚକ ତଥ୍ୟ ।

ବିବାହ ବନ୍ଧନ ଦ୍ୱାରା ସମ୍ପର୍କର ଆରମ୍ଭ ହୁଏ । କୌଣସି ସମ୍ପର୍କକୁ ଦୃଢ଼ କରିବା ପାଇଁ ବିବାହ ହିଁ ଏକ ମାତ୍ର ସାହାରା । କିନ୍ତୁ ବିବାହ ର ବି ଏକ ନିର୍ଦ୍ଦିଷ୍ଟ ସମୟ ଥାଏ । ଭାରତରେ ସରକାର ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ସ୍ଥିର କରିଛନ୍ତି । ଯଦି ଏହା ପୂର୍ବରୁ କୌଣସି ଝିଅ ବିବାହ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଭାରତର ଝିଅମାନେ କେଉଁ ବୟସରେ ବିବାହ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ରୋଚକ ତଥ୍ୟ ।

ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟର ଝିଅମାନେ ୨୧ ବର୍ଷ କିମ୍ବା ତା ଠାରୁ କମ୍ ବୟସରେ ବିବାହ କରନ୍ତି । ବିହାର ଏବଂ କେରଳରେ ମଧ୍ୟ ଅବସ୍ଥା ସମାନ । ଅର୍ଥାତ୍ ଉଭୟ ରାଜ୍ୟରେ ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରହିଛି । ଏହି ରାଜ୍ୟଗୁଡ଼ିକରେ ଝିଅମାନେ ୨୧ ବର୍ଷ ବୟସରେ ବିବାହ କରନ୍ତି ।

ଦେଶର ଅନ୍ୟ ରାଜ୍ୟରେ ବିବାହର ସର୍ବନିମ୍ନ ବୟସ ମଧ୍ୟ ପ୍ରକାଶ ପାଇଛି । ସାଧାରଣତଃ ଦେଶର ଅଧିକାଂଶ ରାଜ୍ୟରେ ଅଧିକାଂଶ ଝିଅଙ୍କ ବିବାହ ବୟସ ୨୧ ବର୍ଷ ରହିଛି । ଅନ୍ୟପଟେ ଦେଶର ଗ୍ରାମାଞ୍ଚଳରେ ଏକ ତୃତୀୟାଂଶ ଝିଅମାନଙ୍କର ବିବାହ ବୟସ ୧୮ ରୁ ୨୦ ବର୍ଷ ରହିଛି । ପୂର୍ବରୁ ଭାରତର ଗ୍ରାମାଞ୍ଚଳରେ ଝିଅମାନେ ଖୁବ୍ କମ୍ ବୟସରେ ବିବାହ କରୁଥିଲେ । କିନ୍ତୁ ବର୍ତ୍ତମାନ ଉନ୍ନତି ହେଉଛି ତେଣୁ ଗାଁରେ ମଧ୍ୟ ଝିଅଙ୍କ ବୟସ ୨୦ ଉପରେ ଥିଲେ ହିଁ ବିବାହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.