Below header

୯୫ ବର୍ଷରେ ବୁଢ଼ୀ ମା ଚଳାଉଛନ୍ତି କାର୍‌, ଭିଡିଓ ହେଉଛି ଭାଇରାଲ୍‌

କୌଣସି କାର୍ଯ୍ୟ ଶିଖିବା ପାଇଁ ବୟସର ସୀମା ନଥାଏ । କାରଣ ଜଣେ ୯୫ ବର୍ଷୀୟ ବୃଦ୍ଧାଙ୍କ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି । ଯେଉଁ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୯୫ ବର୍ଷ ବୟସ୍କା ଜେଜେମା ଏକ କାର ଚଳାଉଥିବାର ନଜର ଆସିଛନ୍ତି ।

କୌଣସି କାର୍ଯ୍ୟ ଶିଖିବା ପାଇଁ ବୟସର ସୀମା ନଥାଏ । କାରଣ ଜଣେ ୯୫ ବର୍ଷୀୟ ବୃଦ୍ଧାଙ୍କ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି । ଯେଉଁ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୯୫ ବର୍ଷ ବୟସ୍କା ଜେଜେମା ଏକ କାର ଚଳାଉଥିବାର ନଜର ଆସିଛନ୍ତି । ଏହି ସମୟରେ, ତାଙ୍କର କିଲର୍‌ ଆକ୍ସନ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଜେଜେମାଙ୍କର ଏହି ଭିଡିଓ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ଆସିଛି ।

ଏହି ଚମତ୍କାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନାଗାଲାଣ୍ଡ ସରକାରୀ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମନା ତାଙ୍କ ଆକାଉଣ୍ଟ @ ଆଲଙ୍ଗ ଇମନା ରେ ସେୟାର କରିଛନ୍ତି। ବାସ୍ତବରେ, ସେ ଇଣ୍ଟରନେଟ୍ ଦୁନିଆରେ ବହୁତ ସକ୍ରିୟ ରୁହନ୍ତି । କିଛି ସେକେଣ୍ଡ ମଧ୍ୟରେ ଏହି ପୋଷ୍ଟ ଭାଇରାଲ୍ ହୋଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧା ମହିଳା ତାଙ୍କ ନାତିଙ୍କ ସହ କାରର ଡ୍ରାଇଭିଂ କରୁଥିବା ନଜର ଆସିଛନ୍ତି। ଏହି ସମୟରେ ମହିଳା ଜଣକ ନାତିଙ୍କ ସହ ଖୁସିରେ କଥା ହେଉଥିବା ନଜର ଆସିଛନ୍ତି। ଏହି ସମୟରେ ନାତି ବୁଢ଼ୀମା’ଙ୍କୁ ପଚାରୁଛନ୍ତି, ତୁମେ ପ୍ରଥମେ କାର କେବେ ଚଲାଇଥିଲ। ଆଉ କ’ଣ କ’ଣ ଚଲାଇବା ଶିଖିଛ। ନାତିଙ୍କ ଏଭଳି ପ୍ରଶ୍ନର ଉତ୍ତର ବୁଢ଼ୀମା ମଜାଳିଆ ଶୈଳୀରେ ଦେଇ କହିଥିଲେ, ମୁଁ ବନ୍ଧୁକ ଚଲାଇବା ବି ଶିଖିଛି।

ଏହି ଭିଡିଓ ସେୟାର କରିବା ବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ଜେଜେମା ୯୫ ବର୍ଷ ବୟସରେ ଡ୍ରାଇଭିଂ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର 57 ସେକେଣ୍ଡର ଏହି ଭିଡିଓକୁ ୪୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ଏକ୍ସ ଉପଭୋକ୍ତାମାନେ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । ଜଣେ କମେଣ୍ଟ ବକ୍ସରେ ଲେଖିଛନ୍ତି, ଜେଜେମାଙ୍କ ଡ୍ରାଇଭିଂ ଏବଂ ତାଙ୍କ ମସାଲାଦାର କଥାବାର୍ତ୍ତା ସମସ୍ତଙ୍କ ମନ କିଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.