ଜାଣନ୍ତୁ କ’ଣ ରହିଛି ପାଦ ମାଲିସ କରିବାର ଲାଭ? ଦିନସାରାର ଷ୍ଟ୍ରେସରୁ ମିଳିବ ମୁକ୍ତି

ଗୋଡରେ ଯନ୍ତ୍ରଣା ହେତୁ ଲୋକମାନେ ଶୋଇପାରନ୍ତି ନାହିଁ ଏବଂ ଅସ୍ଥିର ରହିଥାନ୍ତି । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି ତେବେ ଏହାର ମୁକାବିଲା ପାଇଁ ପାଦ ମାଲିସ୍ କରନ୍ତୁ । ସେଥିପାଇଁ ପାଦକୁ ମାଲିସ କରିବା ଦ୍ୱାରା ଆପଣଙ୍କୁ ବହୁତ ପରିମାଣରେ ଆରାମ ମିଳିଥାଏ । ପାଦ ମାଲିସ୍ କେବଳ ପାଦକୁ ଆରାମ ଦିଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ମଧ୍ୟ ହୋଇଥାଏ ।

ଶରୀରର ସମ୍ପୂର୍ଣ୍ଣ ଓଜନ ଆମ ପାଦରେ ପଡିଥାଏ । ଅନେକ ଥର ଅଧିକ ସମୟ ଧରି ଠିଆ ହେବା, ହିଲ୍ ପିନ୍ଧିବା କିମ୍ବା ବହୁତ ଚାଲିବା ଦ୍ୱାରା ପାଦରେ ଯନ୍ତ୍ରଣା ହୋଇଥାଏ । ଗୋଡରେ ଯନ୍ତ୍ରଣା ହେତୁ ଲୋକମାନେ ଶୋଇପାରନ୍ତି ନାହିଁ ଏବଂ ଅସ୍ଥିର ରହିଥାନ୍ତି । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି ତେବେ ଏହାର ମୁକାବିଲା ପାଇଁ ପାଦ ମାଲିସ୍ କରନ୍ତୁ । ସେଥିପାଇଁ ପାଦକୁ ମାଲିସ କରିବା ଦ୍ୱାରା ଆପଣଙ୍କୁ ବହୁତ ପରିମାଣରେ ଆରାମ ମିଳିଥାଏ । ପାଦ ମାଲିସ୍ କେବଳ ପାଦକୁ ଆରାମ ଦିଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ମଧ୍ୟ ହୋଇଥାଏ । ଯେପରି ପାଦ ମାଲିସ୍ ଭଲ ଶୋଇବାରେ ସାହାଯ୍ୟ କରେ ଏବଂ ସମସ୍ତ ଷ୍ଟ୍ରେସ୍‌ ମଧ୍ୟ କମ୍‌ କରିଥାଏ । ଏହା ଶରୀରରେ ରକ୍ତକୁ ଭଲ ଭାବରେ ପ୍ରବାହିତ କରେ । ତାହେଲେ ଆସନ୍ତୁ ଜାଣିବା ପ୍ରତିଦିନ ପାଦ ମାଲିସ କରିବାର ଲାଭ କ’ଣ ?

ଭଲ ନିଦ : ପାଦ ମାଲିସ୍ କରିବା ପୂରା ଦିନର କ୍ଲାନ୍ତକୁ ଦୂର କରିଥାଏ । ପାଦକୁ ମାଲିସ କରିବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ ଏବଂ ଶରୀରକୁ ଆରାମ ମିଳିଥାଏ । ଯେଉଁ ଲୋକମାନେ ଟେନସନ କାରଣରୁ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି, ସେମାନେ ନିଶ୍ଚିତ ଭାବରେ ସେମାନଙ୍କ ପାଦକୁ ମାଲିସ୍ କରିବା ଉଚିତ୍ । ଏହା ଆପଣଙ୍କୁ ଭଲ ନିଦ ହେବାରେ ଅନେକ ସାହାର୍ଯ୍ୟ କରିଥାଏ ।

ଭଲ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ : ମସାଜ୍ କରିବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ହୁଏ । ତେଣୁ ରାତିରେ ଶୋଇବା ପୂର୍ବରୁ ପାଦକୁ ହାଲୁକା ଭାବରେ ମାଲିସ୍ କରନ୍ତୁ । ଅନେକ ଥର ଅଧିକ ସମୟ ଛିଡା ହେବା ପାଦରେ ବହୁତ ଚାପ ପକାଇଥାଏ । ଯେଉଁଥିପାଇଁ ରକ୍ତ ପ୍ରବାହରେ ବାଧ୍ୟା ସୃଷ୍ଟି ହୋଇଥାଏ । ଏପରି ପରିସ୍ଥିତିରେ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ବଢିଯାଏ । ଯେତେବେଳେ ଆପଣ ମାଲିସ୍ କରନ୍ତି, ଏହା ପାଦକୁ ଆରାମ ଦେଇଥାଏ ।

ଟେନସନ୍ ଦୂର ହୋଇଥାଏ : ଯେତେବେଳେ ଆପଣ ଟେନସନରେ ରହିଥାନ୍ତି କିମ୍ବା ଷ୍ଟ୍ରେସ୍‌ ଯୋଗୁଁ ହଠାତ୍ ହାର୍ଟ ବିଟ୍‌ ବଢିଯାଏ । ସେଥିପାଇଁ ଏପରି ପରିସ୍ଥିତିରେ ମସାଜ ଦ୍ୱାରା ହାର୍ଟ ବିଟ୍‌ କମ୍‌ ହୋଇପାରେ । ଏହା ମାଂସପେଶୀକୁ ଆରାମ ପ୍ରଦାନ କରିଥାଏ ଏବଂ ଟେନସନ ଏବଂ ଷ୍ଟ୍ରେସ୍‌କୁ ମଧ୍ୟ ଦୂର କରିଥାଏ ।

ଯନ୍ତ୍ରଣାରୁ ମୁକ୍ତି ହୋଇଥାଏ : PMS ସମୟରେ ପାଦକୁ ମାଲିସ୍ କରିବା ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହା ମହିଳାମାନଙ୍କୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଯାହା ବେଳେବେଳେ ମାଇଗ୍ରେନ୍ ଏବଂ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଏପରି ସମୟରେ ପାଦ ମାଲିସ୍ କରିବା ଉଚିତ୍ ।

ନିଜକୁ ଆଘାତ ଲାଗିବାରୁ ରୋକନ୍ତୁ : ଯେତେବେଳେ ଆପଣ ନିୟମିତ ଭାବରେ ପାଦକୁ ମାଲିସ୍ କରନ୍ତି, ରକ୍ତ ପ୍ରବାହ ଭଲ ହୋଇଥାଏ । ଏହା ମାଂସପେଶୀ ଚାପକୁ ହ୍ରାସ କରିଥାଏ । ଶରୀରରେ ଭଲ ଭାବେ ଗତି ହୁଏ ଏବଂ ଆଘାତ ହେବାର ଆଶଙ୍କା କମିଯାଏ । ବ୍ୟାୟାମ କିମ୍ବା କୌଣସି ଖେଳ ସମୟରେ ଏହିପରି ଲୋକଙ୍କର କମ୍ ସମସ୍ୟା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.