କେବଳ ୬୦ ସେକେଣ୍ଡରେ ରକ୍ତସ୍ରାବକୁ ବନ୍ଦ କରିବ ଏହି ଘରୋଇ ଉପଚାର

ଯଦି ଶରୀରରେ କେଉଁ ସ୍ଥାନ କ୍ଷତାକ୍ତ ହୋଇଯାଏ ତେବେ ରକ୍ତସ୍ରାବ ହେବା ସାଧାରଣ କଥା ଅଟେ। କଷ୍ଟ ସେତେବେଳେ ହୋଇଥାଏ ଯେତେବେଳେ ରକ୍ତସ୍ରାବ ବନ୍ଦ ହୋଇନଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ। ଯାହାକୁ ଆପଣେଇ ଆପଣ ୬୦ ସେକେଣ୍ଡରେ ରକ୍ତ ବୋହିବାକୁ ବନ୍ଦ କରିହେବ।

ବରଫ

ବହୁଥିବା ରକ୍ତକୁ ରୋକିବା ପାଇଁ ବରଫ ସବୁଠୁ ସହଜ ଉପାୟ। କ୍ଷତାକ୍ତ ଯାଗାରେ ବରଫ ଘଷିବା ଦ୍ବାରା ତାହା ଜଲଦି ଘନିଭୂତ ହୋଇଥାଏ ଏବଂ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।

ଟୀ ବ୍ୟାଗ୍

tea bag

ଏହା ଆଶ୍ଚର‌୍ୟ୍ୟଜନକ ଭାବରେ ରକ୍ତ ରୋକିବାରେ ସାହାଯ୍ୟ କରିଥାଏ। ଏକ ଟୀ ବ୍ୟାଗ ନେଇ ପାଣିରେ ବୁଡାନ୍ତୁ ଏବଂ କ୍ଷତ ହୋଇଥିବା ଯାଗାରେ ହାଲୁକା ଭାବରେ ୧୦ ମିନିଟ ପର‌୍ୟ୍ୟନ୍ତ ଦବାଇ ରଖନ୍ତୁ। ଆପଣ ଦେଖିବେ ଯେ ରକ୍ତ ବୋହିବା ବନ୍ଦ ହୋଇଯିବ।

ହଳଦୀ

ହଳଦୀରେ ଘା’କୁ ଠିକ୍ କରିବାର କ୍ଷମତା ରହିଥାଏ। ଏହାକୁ ଘା’ରେ ଲଗାଇବା ଦ୍ବାରା ରକ୍ତକୁ ଘନିଭୂତ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ମଧ୍ୟ ଏହା ଘା’କୁ ସଂକ୍ରମିତ ହେବାରୁ ରକ୍ଷା କରିଥାଏ।

ଏହା ସହ ପଢ଼ନ୍ତୁ : ମାତ୍ର ୫ ମିନିଟରେ ସାପ ବିଷକୁ କାଟିବ ଏହି ଚମତ୍କାରୀ ଗଛ, ବ୍ୟବହାର କରିବା ଅତ୍ୟନ୍ତ ସହଜ

ଫିଟକିରୀ

ଏହା ଆପଣଙ୍କୁ ତେଜରାତି ଦୋକାନରେ ସହଜରେ ମିଳିଯିବ। ଏହାକୁ କେତେକ ମିନେରାଲ୍ସକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ। ଏହା ଜଲଦି ମିଳେଇବାରେ ସାହାଯ୍ୟ କରିଥାଏ। ଆପଣଙ୍କୁ ସର୍ବପ୍ରଥମେ ଫିଟକିରୀକୁ ପାଣିରେ ଗୋଳାଇବା ଦରକାର। ଏହାପରେ କିଛି ସମୟ ଯାଏ ଏହାକୁ ଦବାଇ ରଖନ୍ତୁ ରକ୍ତ ବନ୍ଦ ହୋଇଯିବ।

Salt-image

ଲୁଣ ପାଣି

ଲୁଣ ମଧ୍ୟ ରକ୍ତ ବନ୍ଦ କରିବାର ଭଲ ଉପଚାର ଅଟେ। ପାଟିରେ ରକ୍ତ ବାହାରୁଥିଲେ ଏହାକୁ ରୋକିବା ପାଇଁ ଏହା ଭଲ ଉପାୟ ଅଟେ। ଏହି ପାଣିକୁ କୁଳି କରିବା ଦ୍ବାରା ପାଟିରେ ବାହାରୁଥିବା ରକ୍ତ ବନ୍ଦ ହୋଇଯିବ ଏବଂ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ।

ଚିନି

ଚିନିରେ ଆଣ୍ଟିସେପ୍ଟିକ ପ୍ରପରଟି ମିଳିଥାଏ। ଏଥିରେ ପାଣିକୁ ଶୁଖାଇବାର କ୍ଷମତା ଥାଏ ଏଥିପାଇଁ ଏହା ରକ୍ତକୁ ଶୁଖାଇବା ଏବଂ ତାହାକୁ ଘନିଭୂତ କରିବାରେ ସାହାଯ୍ୟକାରୀ ହୋଇଥାଏ।

Leave A Reply

Your email address will not be published.