Below header

ଆରମ୍ଭ ହେଲାଣି ଶୀତ, ବେଡ୍‌ ରୁ ଉଠି ଅତି ସହଜରେ ବନାନ୍ତୁ Hot Chocolate ମାତ୍ର କେଇ ମିନିଟରେ

ଆରମ୍ଭ ହେଲାଣି ଶୀତ। ଏହି ଋତୁରେ ଗରମ ପିଇବାର ମଜା ଥାଏ କିଛି ଅଲଗା । ଶୀତଦିନରେ ଭୟ ଥଣ୍ଡାକୁ ଭୟ ଥାଏ । ତେଣୁ ଏହିଦିନରେ ବେଡ଼୍‍ ରେ ନପଡ଼ି ମାତ୍ର କେଇ ମିନିଟରେ ଅତି ସହଜରେ ବନାନ୍ତୁ ହଟ୍‌ ଚକୋଲେଟ୍‌ । ସ୍ୱାଦରେ ରହିଛି ଯାହା ଭାରି ଟେଷ୍ଟି। ଏହା ଏକ ଏମିତି ବଢ଼ିଆ ଅପସନ୍‌ ଯାହା ଆପଣଙ୍କ ଶୀତୁଆ ପାଗକୁ ପୂରା ଅଲଗା ପ୍ରକାର ମଜା ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ:

ଆବଶ୍ୟକୀୟ ସାମଗ୍ରୀ:
କ୍ଷୀର – ୧୫୦ ମି.ଲି

କୋକୋ ପାଉଡର – ୧୦ ଗ୍ରାମ

ଚକୋଲେଟ୍‌ ସସ୍‌ – ୧୦୦ ଗ୍ରାମ

ଭାନିଲା ଆସେନ୍ସ -କିଛି ବୁନ୍ଦା

ଚକୋଲେଟ୍‌ ଚିପ୍ସ – ସଜାଇବା ପାଇଁ

କ୍ରୀମ – ସଜାଇବା ପାଇଁ

ପ୍ରସ୍ତୁତି ପ୍ରଣାଳୀ:
ସର୍ବପ୍ରଥମେ ଏକ ପାତ୍ରରେ କ୍ଷୀର ଏବଂ କୋକୋ ପାଉଡର ଧୀମା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ ଚକୋଲେଟ୍‌ ସସ୍‌ ମିଶାଇ ଗାଢ଼ା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ। ଯେତେବେଳେ କ୍ଷୀର ଫୁଟିଯିବ ତାହାକୁ ଏକ ଗ୍ଲାସରେ ଭରନ୍ତୁ ଏବଂ ଏହାପରେ ଏଥିରେ ଭାନିଲା ଆସେନ୍ସର ବୁନ୍ଦା ମିଶାନ୍ତୁ।ଏବେ ଏହାକୁ ଚକୋଲେଟ୍‌ ଚିପ୍ସ କିମ୍ବା କ୍ରୀମରେ ସଜାନ୍ତୁ। ଏବେ ଆପଣଙ୍କର ହଟ୍‌ ଚକୋଲେଟ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ଭରପୂର ମଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.