କୁମାର ପୂର୍ଣ୍ଣିମା ରାତିରେ କରନ୍ତୁ ଏହି ସହଜ କାମ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବେଶ୍‌ ଖାସ୍‌ ମହତ୍ତ୍ୱ ରହିଥାଏ। ଆଶ୍ୱିନ ମାସର ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା କୁହାଯାଏ। ଚଳିତ ବର୍ଷ ଶରତ ପୂର୍ଣ୍ଣିମା ଆସନ୍ତାକାଲି ବା ଅକ୍ଟୋବର ୯ ତାରିଖରେ ପଡୁଛି। ଧାର୍ମିକ ଆସ୍ଥା ଅନୁସାରେ ଶରତ ପୂର୍ଣ୍ଣିମା ରାତିରେ ଅମୃତବର୍ଷା ହୋଇଥାଏ। ଶରତ ପୂର୍ଣ୍ଣିମାରୁ ହିଁ ଶୀତଦିନରୁ ଆଗମନ ହୁଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ପାଇଁ ବ୍ରତ ରଖାଯାଏ।

କୁହାଯାଏ, ବର୍ଷର କେବଳ ଶରତ ପୂର୍ଣ୍ଣିମାରେ ହିଁ ଚନ୍ଦ୍ରମା ନିଜର ଷୋଳ କଳାରେ ପରିପୂର୍ଣ୍ଣ ରହିଥାଏ। ଏହି ଦିନ ଚନ୍ଦ୍ର ଦେବଙ୍କ ପୂଜା ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଶରତ ପୂର୍ଣ୍ଣିମାରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମନ ମୁତାବକ ଫଳ ମିଳିଥାଏ। ମାନ୍ୟତା ଅନୁସାରେ ଶରତ ପୂର୍ଣ୍ଣିମା ରାତିରେ କିଛି ସହଜ ଉପାୟ କଲେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଆଶୀର୍ବାଦ ପ୍ରଦାନ କରିବେ। ତେବେ ଶରତ ପୂର୍ଣ୍ଣିମା ରାତିରେ କେଉଁ ଉପାୟ କରିବେ …

ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶରତ ପୂର୍ଣ୍ଣିମା ରାତିରେ ଜାଗରଣ କରନ୍ତୁ। କୁହାଯାଏ ଏହିଦିନ ଯେଉଁ ବ୍ୟକ୍ତି ଲକ୍ଷ୍ମୀ ସୁକ୍ତ ପାଠ ଏବଂ କନକଧାରା ସ୍ରୋତ, ବିଷ୍ଣୁସହସ୍ରନାମ ପାଠ କରନ୍ତି, ସେମାନଙ୍କ ମା’ ଧନ ଧାନ୍ୟରେ ଭରି ଦିଅନ୍ତି।

ଏହି ରାତିରେ ଦେବୀ ଲକ୍ଷ୍ମୀଙ୍କ ପୂଜା କଏନରେ କରିବା ଶୁଭ ଫଳଦାୟୀ ହୋଇଥାଏ। ଯେଉଁ ଲୋକ ଧନ ଏବଂ ସୁଖ ଶାନ୍ତି କାମନା କରନ୍ତି, ସେମାନେ ସତ୍ୟନାରାୟଣ ଭଗବାନଙ୍କ ପୂଜା କରିବା ଜରୁରୀ ।

ମାନ୍ୟତା ଅନୁସାରେ ଏହି ଦିନ ସକାଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବଙ୍କୁ ପୂଜା କରିବା ଦ୍ୱାରା ଅବିବାହିତ କନ୍ୟାଙ୍କ ମନ ମୁତାବକ ବର ମିଳିଥାଏ।

ଶାସ୍ତ୍ର ଅନୁସାରେ ଶରତ ପୂର୍ଣ୍ଣିମାର ମଧ୍ୟରାତ୍ରି ପରେ ମା’ ଲକ୍ଷ୍ମୀ ପୃଥିବୀପୃଷ୍ଠର ମନୋହର ଦୃଶ୍ୟର ଆନନ୍ଦ ନିଅନ୍ତି । ତେଣୁ ରାତିରେ ଉଜାଗର ରହିଛି ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଜରୁରୀ। ମା’ଙ୍କ କୃପା ଲାଗି ରହିବ।

ଶୁଭ ମୁହୂର୍ତ୍ତ : ଆଶ୍ୱିନ ଶୁକ୍ଲ ପକ୍ଷ ପୂର୍ଣ୍ଣିମା ଅର୍ଥାତ୍‌ ଶରତ ପୂର୍ଣ୍ଣିମା ଚଳିତଥର ୯ ଅକ୍ଟୋବର ୨୦୨୨ ସକାଳ ୩ଟା ୪୧ ମିନିଟରୁ ଆରମ୍ଭ ହେବ। ପୂର୍ଣ୍ଣିମା ଆଗାମୀ ଦିନ ୧୦ ଅକ୍ଟୋବର ୨୦୨୨ ରାତି ୨ଟା ୨୫ ମିନିଟ୍‌ ରେ ସମାପ୍ତ ହେବ।

ଚନ୍ଦ୍ର ଉଦୟ ସମୟ : ସନ୍ଧ୍ୟା ୫ଟା ୫୮ ମିନିଟ୍‌।

Also Read  : ୨୫ ଅକ୍ଟୋବରରେ ହେବ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଏହି ୬ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିପାରେ ଅଧିକ କଷ୍ଟ