ନରହନ୍ତା ବାଘକୁ ଗୁଳି କରି ହତ୍ୟା, ୯ ଜଣଙ୍କ ଜୀବନ ନେଇଥିଲା

କେନ୍ୟୁଜ୍(ବ୍ୟୁରୋ): ମଣିଷଖିଆ ବାଘକୁ ଗୁଳି । ମଣିଷଖିଆ ବାଘକୁ ମାରିବାକୁ ନିର୍ଦ୍ଦେଶନାମା ପରେ ବାଘକୁ ଗୁଳି କରି ହତ୍ୟା କରାଯାଇଛି । ବାଘଟି ବିହାର ଚମ୍ପାରନ୍‌ ଜିଲ୍ଲାରେ ଆତଙ୍କ ଖେଳାଇଥିଲା । ୯ ଜଣଙ୍କ ଜୀବନ ନେଇଥିଲା ବାଘ । ଗତ ତିନି ଦିନ ଭିତରେ ୪ ଜଣଙ୍କୁ ମାରିଥିଲା । ବାଘର ବୟସ ସାଢ଼େ ତିନି ବର୍ଷ ।

ଦେଖିବାମାତ୍ରେ ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ବିହାର ସରକାର । ହାଇଦ୍ରାବାଦ୍‌ ଓ ପାଟନାରୁ ସ୍ପେଶାଲ ଟିମ୍‌ ଆସି ବାଘକୁ ଖୋଜୁଥିଲେ । ସାର୍ପ ସୁଟର, ଟ୍ରାକ୍‌ର ଏହି ଅଭିଯାନରେ ସାମିଲ ହୋଇଥିଲେ । ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ବାଘକୁ ଗୁଳିକରି ମାରିବାକୁ କୁହାଯାିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.