Below header

ଶରୀରରେ ଏହି ସବୁ ଲକ୍ଷଣ ଦେଖାଦେଲେ ଡିଟକ୍ସ କରିବାକୁ ପଡିବ କିଡ୍ନୀ

କିଡ୍ନୀରେ ଯଦି କୌଣସି ସମସ୍ୟା ଦେଖାଦିଏ ତେବେ ତାହା ଠିକ ଭାବେ କାମ କରିନଥାଏ । ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । କିଡ୍ନୀକୁ ସୁସ୍ଥ ରଖିବା ପାଇଁ ଭଲ ଡାଏଟ ଗ୍ରହଣ କରିବା ନିହାତି ଜରୁରୀ । ଏହା ସହ କିଡ୍ନୀକୁ ଡିଟକ୍ସ କରିବା ପାଇଁ ଅଧିକରୁ ଅଧିକ ପାଣି ପିଇବା ନିହାତି ଆବଶ୍ୟକ । କାରଣ ଆମ କିଡ୍ନୀ ଲାଲ କୋଷିକା ତିଆରି କରିବା ସହିତ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭେଇଥାଏ । ତେଣୁ ଏହାକୁ ନିୟମିତ ବ୍ୟବଧାନରେ ସଫା ରଖିବା ନିହାତି ଆବଶ୍ୟକ । ତେବେ ଜାଣି ରଖନ୍ତୁ କେଉଁ କେଉଁ ଉପାୟରେ ଆପଣ ନିଜ କିଡ୍ନୀକୁ ସଫା ରଖିପାରିବେ । ତେବେ ପ୍ରଥମେ ଜାଣି ରଖନ୍ତୁ ଡାକ୍ତରୀ ଭାଷାରେ କିଡ୍ନୀ ସଫା କରିବାକୁ “କିଡ୍ନୀ ଫ୍ଲସ” କୁହାଯାଏ ।

ଗବେଷକଙ୍କ କହିବା ଅନୁଯାୟୀ, କିଡ୍ନୀ ଫ୍ଲସ କରିବା ଅର୍ଥ “କିଡ୍ନୀକୁ ସଫା କରିବା” । ତାହାକୁ ଭଲରେ କ୍ଲିନ କରିବା । ଆପଣ ଅନେକ ପ୍ରକାରର ଫଳ କିମ୍ବା ଖାଦ୍ୟ ଆଦି ଖାଇ ମଧ୍ୟ ନିଜ କିଡ୍ନୀକୁ ସଫା କରିପାରିବେ । ଏହି ଖାଦ୍ୟ ଆପଣଙ୍କ କିଡ୍ନୀରେ ମହଜୂତ ଥିବା ବିଷାକ୍ତ ଓ ୱେଷ୍ଟ ପଦାର୍ଥ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ସାହାଯ୍ୟରେ ଆପଣ ଜଙ୍ଘ ଯନ୍ତଣାରୁ ବି ମୁକ୍ତି ପାଇପାରିବେ । ପ୍ରକୃତରେ ହେଲଦି ଡାଏଟ ଓ ତରଳ ଖାଦ୍ୟର ସେବନ ଆମ କିଡ୍ନୀକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ନିଭେଇଥାଏ ।

ତେବେ ପ୍ରଥମେ ଜାଣି ରଖନ୍ତୁ କିଡ୍ନୀ ଅସୁସ୍ଥ ହେବାର ଲକ୍ଷଣ ବିଷୟରେ:

– ଯଦି ଆପଣଙ୍କର କିଡ୍ନୀ ସମସ୍ୟା ଅଛି ତେବେ ଆପଣଙ୍କୁ ଥକ୍କା ଲାଗିଥାଏ

– କୁଣ୍ଡେଇ ହେବା ସହ ତ୍ୱଚା ଶୁଷ୍କ ଲାଗିଥାଏ

– ଗୋଡ ଦରଜ ହେବା

– ଟେଷ୍ଟ କରିବା ପରେ ବି ବାରମ୍ବାର ଷ୍ଟୋନ ବାହାରିବା

– ମୁହଁର ସ୍ୱାଦ ବିଗିଡି ଗଲେ

– ଗଣ୍ଠି ଦରଜ ହେବା

– ପରିଶ୍ରାର ରଙ୍ଗ ବଦଳିଯିବା

କେମିତି କିଡ୍ନୀ ଫ୍ଲସ କରିବେ

ଅଧିକରୁ ଅଧିକ ପାଣି ପିଅନ୍ତୁ:

ଶରୀରକୁ ସୁଚାରୁରୂପେ ଚଲେଇବା ପାଇଁ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ । ଠିକ ସେହିପରି କିଡ୍ନୀକୁ ବି କୌଣସି ପ୍ରକାର ତରଳ ପଦାର୍ଥର ଆବଶ୍ୟକତା ରହିଛି । ୟୁରିନ ଫର୍ମେଶନ କରିବା ପାଇଁ କିଡ୍ନୀକୁ ପାଣିର ଆବଶ୍ୟକତା ରହିଥାଏ । ଏହା ମାଧ୍ୟମରେ ହିଁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ । ୟୁରିନ କମ ହେବା ଦ୍ୱାରା ପଥୁରୀ ସମସ୍ୟା ଦେଖାଦିଏ । ତେଣୁ ପ୍ରତିଦିନ ୩ ଲିଟର ପାଣି ପିଇବା ଆବଶ୍ୟକ ।

ବେରୀଜ ଖାଇବା:

ବେରୀଜରେ ଆଣ୍ଟିଅକ୍ସିଡେଣ୍ଟ, ଫାଇଟୋକେମିକାଲ୍ସ ପରି ପୋଷକ ତତ୍ତ୍ୱ ମିଳିଥାଏ । ଯାହା କିଡ୍ନୀକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ । ଏହାର ସେବନ କରିବା ଦ୍ୱାରା ଆକ୍ସିଡେଟିଭ ଷ୍ଟ୍ରେସ କମ ହୋଇଥାଏ । ଆପଣ ବ୍ଲୁ ବେରି ଓ କ୍ରେନବେରୀଜ ସେବନ କରିପାରିବେ । ଯାହାକି ୟୁରିନାରୀ ଟ୍ରକକୁ ଶାନ୍ତ ରଖିବାରେ ସାହାଯ୍ୟ କରେ ।

ଓମେଗା-3 ଫ୍ୟାଟି ଏସିଡ ସେବନ କରିବା;

ଓମେଗା-3 ଫ୍ୟାଟି ଏସିଡ ସେବନ କରିପାରିବେ । ଯାହା ଓ଼ମେଗା-3 ଫ୍ୟାଟି ଏସିଡକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଯଦି ଶରୀରରେ ଓମେଗା-3 ଫ୍ୟାଟି ଏସିଡର ମାତ୍ରା ଶରୀରରେ ଅଧିକ ହୁଏ ତେବେ ଆପଣଙ୍କର କିଡ୍ନୀ ଷ୍ଟୋନ ହେବାର ବି ଆଶଙ୍କା ଅଧିକ ଥାଏ ।

ତରଭୁଜ କିମ୍ବା ବେଦନା ସେବନ କଲେ:

ତରଭୁଜରେ ଥିବା ଲାଇକୋପୀନ ପୋଷକ ତତ୍ତୱ କିଡ୍ନୀ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଫାଇବର, ପାଣି ପରି ତତ୍ତୱ କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଡାଳିମ୍ବରେ ଥିବା ପୋଟାସିୟମ କିଡ୍ନୀ ସଫା କରିପାରେ । ଆଉ ମଧ୍ୟ ପୋଟାସିୟମ କିଡ୍ନୀ ପଥୁରୀରୁ ମଧ୍ୟ ମୁକ୍ତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.