ମଦ ନିଶାରେ ଝିଅର ଇଜ୍ଜତ ଲୁଟିଲା ଜନ୍ମ କଲା ବାପା, ସହିନପାରି ଜୀବନ ହାରି ଦେଲା ପୀଡ଼ିତା

ଉତ୍ତର ପ୍ରଦେଶ: ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା। ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ। ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏହା ପରେ ଝିଅଟି ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଏହି ଘଟଣାରେ ପରିବାର ତରଫରୁ ଥାନାରେ ମାମଲା ରୁଜୁ କରାଯିବା ପରେ ଦୁଷ୍କର୍ମକାରୀ ବାପାକୁ ପୋଲିସ ଗିରଫ କରିଛି।

ବନ୍ଦାର ପୋଲିସ ଅଧୀକ୍ଷକ ଲକ୍ଷ୍ମୀ ନିବାସ ମିଶ୍ର ଶନିବାର କହିଛନ୍ତି, ମରକା ଥାନା ଅଞ୍ଚଳର ଗାଁର ଜଣେ ବ୍ୟକ୍ତି ମଦ ନିଶାରେ ଚୁର୍‌ ହୋଇ ଗୁରୁବାର ରାତିରେ ନିଜ ୧୮ ବର୍ଷର ଝିଅ ସହ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏହା ପରେ ଶୁକ୍ରବାର ଦିନ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି ଓ ଏବେ ମାମଲାର ତଦନ୍ତ ଚାଲିଛି।

ରିପୋର୍ଟ ମୁତାବକ, ମଦୁଆ ବାପା ସବୁ ଦିନ ମଦ ପିଇ ଘରକୁ ଆସି ପାଟି ତୁଣ୍ଡ କରିଥାଏ। ଗୁରୁବାର ବି ସେ ମଦ ପିଇ ଘରକୁ ଆସିଥିଲା। କିନ୍ତୁ ମଦ ନିଶାରେ ସେ ନିଜ ଝିଅ ଉପରେ ବି ଖରାପ ନଜର ପକାଇଥିଲା। ଘରେ କେହି ନଥିବାରୁ ଏକୁଟିଆର ସୁଯୋଗ ନେଇ ନିଜ ଝିଅ ସହ ବଳାତ୍କାର କରିଥିଲା ଏହି ପିଶାଚ ବାପା। ଝିଅ ଯେତେ ନେହୁରା ହେଲେ ବି ସେ ଶୁଣି ନଥିଲା। ଶେଷରେ ଶରୀର ସୁଖ ମେଣ୍ଟି ଯିବା ପରେ ସେ ଝିଅକୁ ଛାଡ଼ିଥିଲା।

ସୁରକ୍ଷା ଦେଉଥିବା ବାପା ଯେତେବେଳେ ଇଜ୍ଜତ ଲୁଟିଲା, ଆଉ କାହାକୁ କହିଥାନ୍ତା ଝିଅ? ଏହି କଥାକୁ ସେ ସହ୍ୟ କରିପାରିନଥିଲା। ଏଣୁ ଘଟଣା ପର ଦିନ ଅର୍ଥାତ୍‌ ଶୁକ୍ରବାର ହିଁ ସେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା। ଏହି ଘଟଣାରେ ପରିବାର ତରଫରୁ ଥାନାରେ ମାମଲା ରୁଜୁ କରାଯିବା ପରେ ଶନିବାର ଦିନ ଦୁଷ୍କର୍ମକାରୀ ବାପାକୁ ପୋଲିସ ଗିରଫ କରିଛି।

Also Read: କେଏଲ୍‌ ରାହୁଲଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଥିୟା ସେଟ୍ଟୀ, କହିଲେ-ଏବେ ଏସବୁ କଥା ଶୁଣି ହସ ଲାଗୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.