Below header

ଭାରତର ଏହି ଗାଁକୁ ବିଦେଶୀ ଯିବା ମନା, ଗଲେ ତାଙ୍କ ବିରୋଧରେ ନିଆଯାଏ କଡ଼ା କାର୍ଯ୍ୟାନୁଷ୍ଠାନ

ଭାରତ ଏମିତି ଦେଶ ଯେଉଁଠି ସବୁ ଜାତି, ସବୁ ଧର୍ମର ଲୋକ ରୁହନ୍ତି। ସେଥିପାଇଁ ତ କୁହାଯାଏ ଅତିଥି ଦେବ ଭବ। କିନ୍ତୁ ହୁଏତ ଆପଣ ଜାଣିନଥିବେ ଭାରତରେ ଏମିତି ଏକ ଗ୍ରାମ ରହିଛି ଯେଉଁଠି ବିଦେଶୀ ଯିବା ମନା। ଯେତେ ଚେଷ୍ଟା କଲେ ମଧ୍ୟ ଏହି ସ୍ଥାନକୁ କୌଣସି ବିଦେଶୀ ଯାଇ ପାରିବେନି। ଏହି ଗ୍ରାମ ଉତ୍ତରାଖଣ୍ଡରେ ଅଛି ଯେଉଁଠି ବିଦେଶୀଙ୍କୁ ବ୍ଯାନ କରାଯାଇଛି।

ଏମିତିକି ଯଦି କୌଣସି ବିଦେଶୀ ବ୍ୟକ୍ତି ଏହି ଗ୍ରାମକୁ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଏ । ଯାହାକି ସୁରକ୍ଷାବଳରେ ନିୟୋଜିତ ଥିବା କର୍ମଚାରୀ କରିଥାନ୍ତି।

ଉତ୍ତରାଖଣ୍ଡରେ ଥିବା ଚକରାତା ଗ୍ରାମରେ ବିଦେଶୀଙ୍କୁ ବାରଣ କରାଯାଇଛି। ଏହି ଗ୍ରାମକୁ କୌଣସି ବିଦେଶୀ ବ୍ୟକ୍ତି ପ୍ରବେଶ କରି ପାରିବେ ନାହିଁ। କାରଣ ଏହି ଗ୍ରାମରେ ଅନେକ ଭାରତୀୟ ସେନା ପ୍ରହାର ଦେଉଛନ୍ତି। ବ୍ରିଟିଶ ଶାସନ ସମୟରୁ ହିଁ ଏହି ଗ୍ରାମରେ ସେନା ଛାଉଣୀ ହୋଇଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ରହିଛି। ଏହି ଗ୍ରାମର ଆରମ୍ଭରୁ ହିଁ ଶେଷ ପର୍ଯ୍ୟନ୍ତ ହିଁ ସେନାମାନେ ଜଗିଛନ୍ତି। ସେଥି ପାଇଁ ଏହି ଗ୍ରାମକୁ କୌଣସି ବିଦେଶୀ ଯାଇ ପାରିବେନି।

ଯଦି କୌଣସି କାରଣରୁ ବିଦେଶୀ ପର୍ଯ୍ୟଟଙ୍କ କିଛି ଅସୁବିଧା ହେଉଛି ତେବେ ସେନାମାନେ ତାଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଗ୍ରାମ ଭିତରକୁ ପ୍ରବେଶ ମନା। ତେବେ ଉତ୍ତରାଖଣ୍ଡ ପ୍ରାକୃତିକ ପରିବେଶରେ ଭରି ରହିଥିବା ଅତି ସୁନ୍ଦର ପର୍ଯ୍ୟଟନ ସ୍ଥାନ। ଏଠାକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସନ୍ତି ଏହାର ସୁନ୍ଦରତା ଉପୋଭୋଗ କରିବା ପାଇଁ କିନ୍ତୁ ଏହି ଗ୍ରାମକୁ କୌଣସି ବିଦେଶୀ ପର୍ଯ୍ୟଟକ ଯାହାନ୍ତି ନାହିଁ। ସେମାନେ ମଧ୍ୟ ଏହି ନିୟମକୁ ମାନନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.