କେଏଲ୍‌ ରାହୁଲଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଥିୟା ସେଟ୍ଟୀ, କହିଲେ-ଏବେ ଏସବୁ କଥା ଶୁଣି ହସ ଲାଗୁଛି

ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ପ୍ରାୟତଃ କ୍ରିକେଟର ବୟଫ୍ରେଣ୍ଡ୍‌ କେଏଲ୍‌ ରାହୁଲଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ହେଲାଣି ଉଭୟଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଓ ଘରେ ବି ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଇତି ମଧ୍ୟରେ ଆଥିଆ ନିଜ ବିବାହ ଖବର ଉପରେ ନିରବତା ଭାଙ୍ଗିଛନ୍ତି ଓ ସମସ୍ତଙ୍କୁ ସତ କହିଛନ୍ତି।

ନିକଟରେ ଆଥିୟାଙ୍କୁ ବିବାହ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି- ମୁଁ ଏଥିରକ କୌଣସି ପ୍ରଶ୍ନର ଉତ୍ତର ଦେବି ନାହିଁ। ଏସବୁ କରି କରି ଏବେ ମୁଁ ଥକି ସାରିଲାଣି ଓ ଏବେ ମତେ କେବଳ ହସ ମାଡ଼ୁଛି। ଲୋକମାନେ ଯାହା ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ।

ଅନ୍ୟପଟେ କେଏଲ୍‌ ରାହୁଲଙ୍କ ସହ ମୁମ୍ବାଇରେ ଘର କିଣିବାକୁ ନେଇ ସେ କହିଛନ୍ତି, ମୁଁ ଆଉ କାହା ସହ ନୁହେଁ, ବରଂ ମୋ ବାପା ମା’ଙ୍କ ସହ ସିଫ୍ଟ ହୋଇଛି। ମୁଁ ଓ ମୋ ପରିବାର ଏକ ବ୍ରାଣ୍ଡ୍‌ ନୂଆ ଘରେ ରହିବୁ।

 

View this post on Instagram

 

A post shared by Athiya Shetty (@athiyashetty)

ସୂଚନାଯୋଗ୍ୟ ଯେ ଆଥିୟାଙ୍କ ପୂର୍ବରୁ ତାଙ୍କ ଭାଇ ଅହାନ୍‌ ସେଟ୍ଟୀ ଭଉଣୀର ବିବାହକୁ ନେଇ ମୁହଁ ଖୋଲି ଥିଲେ। ସେ କହିଥିଲେ, ଏବେ ଉଭୟଙ୍କର ନିର୍ବନ୍ଧ ହୋଇ ନାହିଁ। କିଛି ପ୍ରସ୍ତୁତି ବି ଚାଲିନି। ଏହା କେବଳ ଏକ ଗୁଜବ।

ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହ ନେଇ ସୁନୀଲଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ଚର୍ଚ୍ଚା ଚାଲିଥିଲା। ଆଥିୟା ସେଟ୍ଟୀ ଏବଂ କେ.ଏଲ୍ ରାହୁଲ ତିନି ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରି ଆସୁଛନ୍ତି। ଆଥିୟା ସେଟ୍ଟୀ ଏବଂ ରାହୁଲ ସାଉଥ ଇଣ୍ଡିଆନ ଷ୍ଟାଇଲରେ ବିବାହ କରିପାରନ୍ତି। ଯାହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ଚର୍ଚ୍ଚା ହେଉଥିଲା। ଦୁହିଁଙ୍କ ବିବାହ ୨୦୨୨ ଶେଷ ସୁଦ୍ଧା ହୋଇପାରେ ବୋଲି ରିପୋର୍ଟ ଆସୁଥିଲା।

ସୁନୀଲଙ୍କ ଜନ୍ମ ସାଉଥର ମାଙ୍ଗାଲୋରର ମୁଲକୀରେ ହୋଇଥିଲା। ଆଉ କେଏଲ ରାହୁଲ ମଧ୍ୟ ମାଙ୍ଗାଲୋରର । ତେଣୁ ବିବାହ ସାଉଥ ଇଣ୍ଡିଆନ ଷ୍ଟାଇଲରେ ହେବ ବୋଲି ଚର୍ଚ୍ଚା ହେଉଥିଲା। ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି।

ପୂର୍ବରୁ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ କେହି ବି ଏହି ସମ୍ପର୍କ ବିଷୟରେ ମୁହଁ ଖୋଲି କିଛି କହିନଥିଲେ। କିନ୍ତୁ ଆଥିୟାଙ୍କ ଜନ୍ମଦିନରେ କେ ଏଲ୍‌ ରାହୁଲ ସ୍ପଷ୍ଟ କରିଥିଲେ ଯେ ସେ ଓ ଆଥିୟା ରିଲେସନ୍‌ସିପ୍‌ରେ ଅଛନ୍ତି।

Also Read: ଗର୍ଭରେ ମୃତ ଛୁଆ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ହାତରେ ବାହାର କରି ଜୀବନ ବଞ୍ଚାଇଲେ ପୋଲିସ କର୍ମୀ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.