ଗର୍ଭରେ ମୃତ ଛୁଆ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ହାତରେ ବାହାର କରି ଜୀବନ ବଞ୍ଚାଇଲେ ପୋଲିସ କର୍ମୀ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏହି ଭିଡିଓ ବେଳେବେଳେ ମଜା ଲାଗେ ତ ଆଉ କେବେ ଇମୋସନାଲ ହୋଇଥାଏ। ଏସବୁ ଇମୋସନାଲ ଭିଡିଓ ଦେଖିବା ପରେ ଆମେ ବେଶ୍‌ ଭାବୁକ ହୋଇଯାଇଥାଉ। ନିକଟରେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଜଣେ ପୋଲିସ କର୍ମୀ ଏକ ମାଙ୍କଡ଼ର ଗର୍ଭରୁ ମୃତ ଛୁଆ ବାହାର କରୁଛନ୍ତି। ମାଙ୍କଡ଼ଟି ଯନ୍ତ୍ରଣାରେ ଝଟପଟ ହେଉଥିଲା। ଏହା ଦେଖି ପୋଲିସ କର୍ମୀ ନିଜକୁ ଆଉ ସମ୍ଭାଳି ପାରିନଥିଲେ। ସେ ତୁରନ୍ତ ଆସି ମାଙ୍କଡ଼କୁ ସାହାଯ୍ୟ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ କେମିତି ଜଣେ ପୋଲିସ କର୍ମୀ ମାଙ୍କଡ଼କୁ ସାହାଯ୍ୟ କରୁଛନ୍ତି। ଏହି ଘଟଣା ଉତ୍ତର ପ୍ରଦେଶର। ଭିଡିଓରେ ଦେଖାଯାଇଛି ପୋଲିସ କର୍ମୀ ନାଳ ପାଖରେ ଛଟପଟ ହେଉଥିବା ଏକ ମାଙ୍କଡ଼କୁ ଦେଖି ତା’ ନିକଟକୁ ଯାଉଛନ୍ତି। ତାଙ୍କ ସହ ଆଉ କିଛି ଯୁବକ ବି ଅଛନ୍ତି। ୟୁନିଫର୍ମରେ ଥାଇ କି ପୋଲିସ କର୍ମୀ ଜଣକ ନାଳ ପାଖରେ ଥିବା ମାଙ୍କଡ଼ର ଗର୍ଭରୁ ମଲା ଛୁଆକୁ ବାହାର କରୁଛନ୍ତି। ଏଥିପାଇଁ ପ୍ରଥମେ ସେ ଏକ ଅଖାରେ ମାଙ୍କଡ଼କୁ ଘୋଡ଼ାଇ ଦେଉଛନ୍ତି। ତା’ ପରେ ଆଉ ଏକ କନାକୁ ହାତରେ ଧରି ମାଙ୍କଡ଼ର ଗର୍ଭରୁ ଛୁଆ ବାହାର କରୁଛନ୍ତି।

ଛୁଆଟି ପେଟରେ ହିଁ ମରିଯାଇଥିବାରୁ ମାଙ୍କଡ଼ ତାହାକୁ ଜନ୍ମ କରି ନପାରି ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏହା ଦେଖି ପୋଲିସ ତାକୁ ସାହାଯ୍ୟ କରିଥିଲେ। ଛୁଆଟିକୁ ବାହାର କରିସାରିବା ପରେ ମାଙ୍କଡ଼ ଟିକେ ଆଶ୍ୱସ୍ତ ହୋଇଥିବା ଦେଖାଯାଇଛି। ପରେ ପୋଲିସ ମାଙ୍କଡ଼କୁ ନାଳରୁ ଉଠାଇ ଆଣି ରାସ୍ତାରେ ବସାଇଥିଲେ। ମାଙ୍କଡ଼ଟି ତା’ ପରେ ଧୀରେ ଧୀରେ ଚାଲି ଚାଲି ଆଗକୁ ଯାଉଥିବା ଦେଖାଯାଇଛି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଫତେହପୁର ପୋଲିସ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛି। ଏଥିସହ ସୂଚନା ବି ଦେଇଛି। ଭିଡିଓର କ୍ୟାପସନ୍‌ରେ ଲେଖାଯାଇଛି- #UP112ରେ #PRV-3521 ଥାନାରେ ମୁତୟନ ହୋଇଥିବା ଆରକ୍ଷୀ ବିନୋଦ କୁମାର ମାଙ୍କଡ଼ର ଗର୍ଭରେ ଫସିଥିବା ମୃତ ଛୁଆକୁ ବାହାର କରି ତା’ଜୀବନ ବଞ୍ଚାଇଛନ୍ତି।

ଭିଡିଓରେ ପୋଲିସ କର୍ମୀ ବିନୋଦ କୁମାର ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। ଇତି ମଧ୍ୟରେ ଭିଡିଓକୁ ୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।

Also Read: ପ୍ରେଗ୍‌ନାନ୍ସିକୁ ନେଇ ମୁହଁ ଖୋଲିଲେ ଦୀପିକା ପାଦୁକୋନ୍‌, କହିଲେ- ‘ଇଚ୍ଛା ଥିଲେ ବି ମୁଁ ମା’ ହୋଇପାରିବି ନାହିଁ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.