ପ୍ରେଗ୍‌ନାନ୍ସିକୁ ନେଇ ମୁହଁ ଖୋଲିଲେ ଦୀପିକା ପାଦୁକୋନ୍‌, କହିଲେ- ‘ଇଚ୍ଛା ଥିଲେ ବି ମୁଁ ମା’ ହୋଇପାରିବି ନାହିଁ’

ବଲିଉଡ୍‌ର ସବୁଠୁ ହଟ୍‌ ଓ ଷ୍ଟାଇଲିସ୍‌ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ୍‌। ତାଙ୍କ ସୌନ୍ଦର୍ଯ୍ୟ ଓ ଦମ୍‌ଦାର ଅଭିନୟର କୋଟି କୋଟି ଦିଓ୍ଵାନା ଅଛନ୍ତି। କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ଦୀପିକା ପାଦୁକୋନ୍‌ଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ ଅଛନ୍ତି। ନିଜ କ୍ୟାରିୟରରେ ଦୀପିକା ପାଦୁକୋନ୍‌ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଫିଲ୍ମ ସହ ଦୀପିକା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଦୀପିକା ପାଦୁକୋନ୍‌ଙ୍କର ଏକ ବଡ଼ ବୟାନ୍‌ ସାମ୍ନାକୁ ଆସିଛି। ଦୀପିକା କହିଛନ୍ତି ଯେ ସେ ଚାହିଁଲେ ବି ମା’ ହୋଇପାରିବେ ନାହିଁ। ଏହି ବୟାନ ପରେ ଦୀପିକା ପାଦୁକୋନ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ବିବାହ ପୂର୍ବରୁ ଦୀପିକା ପାଦୁକୋନ୍‌ଙ୍କର ଅନେକ ଆଫେୟାର୍ସ ଥିବା ଚର୍ଚ୍ଚା ହୁଏ। ତାଙ୍କ ସହ ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ, ଅଭିନେତା ରଣବୀର କପୁର ଓ ସିଦ୍ଧାର୍ଥ ମାଲ୍ୟାଙ୍କ ନାଁ ଯୋଡ଼ା ଯାଉଥିଲା। କୁହାଯାଉଥିଲା ଯେ ଦୀପିକା ପାଦୁକୋନ୍‌ ଓ ଯୁବରାଜ ସିଂହ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ଉଭୟେ ବିବାହ ବି କରିଥାନ୍ତେ। କିନ୍ତୁ ପରେ ଉଭୟଙ୍କ ଭିତରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ଉଭୟେ ନିଜ ନିଜ ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ।

 

View this post on Instagram

 

A post shared by Deepika Padukone (@deepikapadukone)

ତା’ ପରେ ୨୦୧୮ ମସିହାରେ ଅଭିନେତା ରଣବୀର ସିଂହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍‌ ଅଭିନେତ୍ରୀ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୩ ବର୍ଷ ପୂରିଲାଣି। ଫ୍ୟାନ୍‌ମାନେ ଅପେକ୍ଷା କରିଛନ୍ତି ଯେ ଦୀପିକା ପାଦୁକୋନ୍‌ କେବେ ଗୁଡ୍‌ ନ୍ୟୁଜ୍‌ ଦେବେ। କିନ୍ତୁ ନିକଟରେ ଏକ ଇଣ୍ଟରଭ୍ୟୁରେ ଦୀପିକା କହିଥିଲେ ଯେ ସେ ଚାହିଁକି ବି ଏବେ ମା’ ହୋଇପାରିବେ ନାହିଁ।

ରିପୋର୍ଟ ମୁତାବକ, ଏକ ଇଣ୍ଟରଭ୍ୟୁରେ ଦୀପିକା କହିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ରଣବୀର ସିଂହ ପିଲା ଚାହୁଁଛନ୍ତି। ସେମାନେ ମା’- ବାପା ହେବାକୁ ଇଚ୍ଛା ରଖିଛନ୍ତି। କିନ୍ତୁ ଏବେ ଏହା ସମ୍ଭବ ନୁହେଁ। ଉଭୟେ ନିଜ ନିଜ କ୍ୟାରିୟର ଓ ଫିଲ୍ମ ସୁଟିଂରେ ଏତେ ବ୍ୟସ୍ତ ଅଛନ୍ତି ଯେ ଏବେ ପିଲା କଥା ଚିନ୍ତା କରି ନାହାନ୍ତି। ଉଭୟେ କାମରେ ବ୍ୟସ୍ତ ଅଛନ୍ତି। ଏଣୁ ପିଲାର ଲାଳନ ପାଳନ କରିବାକୁ ସମୟ ଦେଇପାରିବେ ନାହିଁ। ଏହି କାରଣରୁ ଦୀପିକା ଚାହିଁକି ବି ମା’ ହୋଇପାରିବେ ନାହିଁ ବୋଲି କହିଛନ୍ତି। ଅନ୍ୟ ପଟେ ଫ୍ୟାନ୍‌ କିନ୍ତୁ ଦୀପିକା ପାଦୁକୋନ୍‌ଙ୍କ ଠାରୁ ଗୁଡ୍‌ ନ୍ୟୁଜ୍‌ ଶୁଣିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Also Read: ମଦ ପିଇବାରୁ ସ୍ୱାମୀକୁ ପିଟି ପିଟି ମାରି ଦେଲା ସ୍ତ୍ରୀ, କହିଲା- ‘ସବୁବେଳେ କେତେ କହିବି, ଥରକରେ ସାରିଦେଲି’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.