Below header

ଘରେ ବନାନ୍ତୁ ହୋମମେଡ୍‌ ମାଜା, ପୂରା ବଜାର ଭଳି ଆସିବ ଟେଷ୍ଟ

ଏବେ ଗରମ ଋତୁ ଆସିଗଲାଣି। ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଡରିଲେଣି, ଆଉ ଯଦି ଘରୁ ବାହାରୁଛନ୍ତି ତାହେଲେ କୋଲ୍ଡ ଡ୍ରିଙ୍କସ ଟିକେ ନିଶ୍ଚୟ ପିଇଦିଅନ୍ତି। ତେବେ ଯଦି ଆପଣଙ୍କୁ କୋଲ୍ଡ ଡ୍ରିଙ୍କସ ବା ଥଣ୍ଡାପାନୀୟ ମଧ୍ୟରୁ ମାଜା ବହୁତ ପସନ୍ଦ ତାହେଲେ ଏହାକୁ ଘରେ ବି ସହଜରେ ବନାଇପାରିବେ। ତାହେଲେ ଆସନ୍ତୁୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ପ୍ରସ୍ତୁତି ପ୍ରଣାଳୀ

ପାଚିଲା ଏବଂ କଞ୍ଚା ଆମ୍ବକୁ ପ୍ରେସର କୁକରରେ ଏକ ଗ୍ଲାସ ପାଣି ଦେଇ ସିଝାଇ ଦିଅନ୍ତୁ। ଏଥିରେ ଗୋଟେ ସିଟି ଲଗାଇ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏବଂ ପ୍ରେସର କୁକର ଥଣ୍ଡା ହେବାକୁ ଛାଡନ୍ତୁ। ଏବେ ଏହି ଆମ୍ବକୁ ନେଇ ଏକ ପାତ୍ରରେ ରଖନ୍ତୁ। ଏଥିରେ ଲୁଣ, ଚିନି ଏବଂ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହାକୁ ହ୍ୟାଣ୍ଡ ବ୍ଲେଣ୍ଡର ସାହାଯ୍ୟରେ ବ୍ଲେଣ୍ଡ କରିଦିଅନ୍ତୁ। ନଚେତ ଗ୍ରାଇଣ୍ଡର ରଖି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହାକୁ ଛଙ୍କା ସାହାଯ୍ୟରେ ଛାଣି ଦିଅନ୍ତୁ। ଯେମିତି ଏଥିରେ କୌଣସି ବିଣ୍ଡା ରହିବନାହିଁ।

ଏବେ ଏହି ମିଶ୍ରଣରେ ଏକ ଲିଟର ଥଣ୍ଡା ପାଣି ଦିଅନ୍ତୁ। ଭଲ ସ୍ୱାଦ ପାଇଁ ବରଫର ବ୍ୟବହାର କରନ୍ତୁନାହିଁ। ବାସ୍‌ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ହୋମମେଡ୍‌ ମାଜା। ଏହାକୁ ଗ୍ଲାସରେ ରଖି ସର୍ଭ କରନ୍ତୁ। ଦେଖିବେ ଏହାକୁ ଥରେ ପିଇଲେ ଆପଣ ବଜାର ସ୍ୱାଦ ପୂରା ଭୁଲିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.